କଟକ: ଓଡ଼ିଶା ଜିମ୍ନାଷ୍ଟିକ୍ ସଂଘର କର୍ମକର୍ତ୍ତା ନିର୍ବାଚନ ସଂଘର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶା ଅଲିମ୍ପିକ ସଂଘର ସଭାପତି ସମୀର ଦେ’ ଜିମ୍ନାଷ୍ଟିକ୍ ସଂଘର ସଭାପତି ପଦ ବଜାୟ ରଖିଥିଲା ବେଳେ ଅଶୋକ ସାହୁ ପୁନର୍ବାର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଭାବେ ସରୋଜ କୁମାର ସିଂହ, ଧିରେନ୍ କୁମାର ପଣ୍ଡା, ସୟଦ ଜବିଉଲ୍ଲା, ଦ୍ୱାରିକା ନାଥ ମିଶ୍ର, ନରେନ୍ଦ୍ର କୁମାର ସେଠୀ, ବିଜୟ ପ୍ରଧାନ, ସହସମ୍ପାଦକ ଭାବେ ଦେବରାଜ ଦାସ, ରଘୁନାଥ ସାହୁ, ପୁଷ୍ପଲତା ରାଉତ, କମଲ ଖଣ୍ଡଲଉଲ୍ଲା ଏବଂ କୋଷାଧ୍ୟକ୍ଷ ଭାବେ ତୁଷାରକାନ୍ତ ଘୋଷ ନିର୍ବାଚିତ ହୋଇଛନ୍ତି।
ଓଡ଼ିଶା ଜିମ୍ନାଷ୍ଟିକ୍ ସଂଘ ନିର୍ବାଚନ
Advertisment
Follow Us