ହକି ଇଣ୍ଡିଆର ସ୍ଥା‌ୟୀ ସଦସ୍ୟତା ଫେରିପାଇଲା ଓଡ଼ିଶା

Advertisment
ହକି ଇଣ୍ଡିଆର ସ୍ଥା‌ୟୀ ସଦସ୍ୟତା ଫେରିପାଇଲା ଓଡ଼ିଶା

image source-fairgaze

ଭୁବନେଶ୍ବର: ଓଡ଼ିଶା ପୁଣି ଥରେ ହକି ଇଣ୍ଡିଆର ସ୍ଥାୟୀ ସଦସ୍ୟତା ପଦ ଫେରିପାଇଛି। କିନ୍ତୁ ଏକ ନୂଆ ନାଁ ଏବଂ ନୂତନ ପରିଚାଳନା ମଣ୍ଡଳି ସହ। ମଙ୍ଗଳବାର ନୂଆ ସଂଘ ହକି ଆସୋସିଏସନ୍ ଅଫ୍ ଓଡ଼ିଶାର ପ୍ରଥମ ବାର୍ଷିକ ସାଧାରଣ ବୈଠକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଏବଂ ଓଡ଼ିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ ସଭାପତି ଭାବେ ନିର୍ବାଚିତ ‌ହୋଇଥିଲା ବେଳେ ସନାତନ ସାହୁ ସଂପାଦକ ହୋଇଛନ୍ତି। ଭରତ ସାହୁ ପ୍ରମୁଖ କାର୍ଯ୍ୟକାରିଣୀ ସମିତିର ସଦସ୍ୟ ହୋଇଛନ୍ତି। ହକି ଇଣ୍ଡିଆର ବରିଷ୍ଠ ଉପସଭାପତି ଭୋଳାନାଥ ସିଂହ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲା ବେଳେ ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ନିର୍ବାଚନ ହୋଇଥିଲା। ସୂଚନାଯୋଗ୍ୟ ଯେ ନିର୍ଦ୍ଧାରିତ ସମୟ ଭିତରେ ୱେବସାଇଟ୍ ନିର୍ମାଣ କରିବାରେ ଅକ୍ଷମତା, ଖେଳାଳିଙ୍କ ବିଷୟରେ ସୂଚନା ଦେବାରେ ଅସମର୍ଥ୍ୟତା ଏବଂ ଅନ୍ୟାନ୍ୟ ପରିଚାଳନାଗତ ତ୍ରୁଟି ଓ ଅନିୟମିତତା ଲାଗି ହକି ଓଡ଼ିଶାଠାରୁ ଓଡ଼ିଶା ହକିର ଦାୟିତ୍ବ କାଢ଼ି ନେଇଥିଲା ହକି ଇଣ୍ଡିଆ।

ଏଥିନେଇ ଏକ ମାମଲା ଉଚ୍ଚ ନ୍ୟାୟାଳୟରେ ଲମ୍ବିତ ରହିଛି। ଏହା ସତ୍ତ୍ବେ ଓଡ଼ିଶାରେ ହକିର ପରିଚାଳନା ଲାଗି ଏକ ଅସ୍ଥାୟୀ ସମିତି ଗଠନ କରାଯାଇଥିଲା। ଏହି ସମିତି ଗତ ଏକବର୍ଷ ହେବ କାର୍ଯ୍ୟ କରୁଥିଲା। ଆନୁଷ୍ଠାନିକ ନିର୍ବାଚନ ପରେ ଏବେ ନୂଆ ସଂଘ ଓଡ଼ିଶାର ହକିର ପ୍ରଚାର ପ୍ରସାର ଏବଂ ପରିଚାଳନା ଲାଗି ହକି ଇଣ୍ଡିଆର ଏକମାତ୍ର ସ୍ବୀକୃତିପ୍ରାପ୍ତ ସଂଗଠନ ହୋଇଛି। ହକି ଆସୋସିଏସନ୍ ଅଫ୍ ଓଡ଼ିଶା ଜାତୀୟ ସଂଘ ହକି ଇଣ୍ଡିଆର ୨୧ତମ ସଦସ୍ୟ ହୋଇଛି। ସେହିଭଳି ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ ମଧ୍ୟ ହକି ଇଣ୍ଡିଆର ସ୍ଥାୟୀ ସଦସ୍ୟତା ଫେରି ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe