ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୧୫ତମ ଦିନରେ ୮ ଗୋଲ, ଆସନ୍ତାକାଲି ଭାରତ-ନେଦରଲାଣ୍ଡସ୍‌ ମଧ୍ୟରେ ମୁକାବିଲା

Advertisment

ଜର୍ମାନୀକୁ ଭେଟିବ ବେଲଜିୟମ୍‌

ଜର୍ମାନୀକୁ ଭେଟିବ ବେଲଜିୟମ୍‌

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୧୫ତମ ଦିନରେ ୮ ଗୋଲ, ଆସନ୍ତାକାଲି ଭାରତ-ନେଦରଲାଣ୍ଡସ୍‌ ମଧ୍ୟରେ ମୁକାବିଲା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଜାରି ଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ପଂଚଦଶ ଦିନରେ ବୁଧବାର ଦର୍ଶକମାନେ ୮ଟି ଗୋଲ ଦେଖିବାକୁ ପାଇଛନ୍ତି। ଆଜି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୩-୨ ଗୋଲ୍‌ରେ ଇଂଲଣ୍ଡକୁ ପରାସ୍ତ କରି ଥିବା ବେଳେ ଅଷ୍ଟ୍ରେଲିଆ ୩-୦ରେ ଫ୍ରାନ୍ସକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି।

publive-image

ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଟିମ୍‌ ଡିସେମ୍ବର ୧୫ରେ ସେମିଫାଇନାଲ ମ୍ୟାଚ ଖେଳିବେ। ଡିସେମ୍ବର ୧୩ର ୨ଟି ବିଜୟୀ ଦଳକୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଟିମ୍‌ ସେମିଫାଇନାଲରେ ମୁକାବିଲା କରିବେ।

publive-image

ଆଜି ଦ୍ୱିତୀୟ ମୁକାବିଲା ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଛି। ହକି ବିଶ୍ୱକପ୍‌ର ଅନ୍ୟତମ କ୍ୱାର୍ଟରଫାଇନାଲ ମ୍ୟାଚରେ ବୁଧବାର ଅଷ୍ଟ୍ରେଲିଆ ୩-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୩୦ତମ ମ୍ୟାଚରେ ଅଷ୍ଟ୍ରେଲିଆର ଖେଳାଳିମାନେ ଫ୍ରାନ୍ସ ଖେଳାଳିଙ୍କ ଉପରେ ଆରମ୍ଭରୁ ନିଜର ଆଧିପତ୍ୟ ଜାରି ରଖିଥିଲେ। ଆୟୋଜକ ଭାରତ ଏବଂ ନେଦରଲାଣ୍ଡସ୍‌ ମଧ୍ୟରେ ଗୁରୁବାର ଏକ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ ଏବଂ ଏହି ମ୍ୟାଚର ବିଜେତା ଅଷ୍ଟ୍ରେଲିଆକୁ ଡିସେମ୍ବର ୧୫ରେ ସେମିଫାଇନାଲରେ ମୁକାବିଲା କରିବ।

ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଆଉ ୩ ଦିନ ପରେ ଶେଷ ହେବ। ଓଡ଼ିଶାରେ ଅଥବା କଳିଙ୍ଗ ହକି ଗ୍ରାଉଣ୍ଡରେ ପୁଣି ଥରେ କେବେ ବିଶ୍ୱକପ୍‌ର ଆୟୋଜନ ହେବ ତାହା ଏବେ ଠାରୁ କେହି କହି ହେବ ନାହିଁ। ଯେହେତୁ ଏବେ ହକି ବିଶ୍ୱକପ୍‌ ଚାଲିଛି, ଏହାକୁ ଦେଖିବାର ସୁଯୋଗ ହାତ ଛଡ଼ା କରି ନାହାନ୍ତି ଭୁବନେଶ୍ୱର ତଥା ଓଡ଼ିଶାର ହକିପ୍ରେମୀ। ଆସନ୍ତା ରବିବାର ଫାଇନାଲ ମ୍ୟାଚ ପାଇଁ ଟିକେଟ ମିଳିବା କଷ୍ଟ ହୋଇଯାଇଛି। କଳିଙ୍ଗ ହକି ଗ୍ରାଉଣ୍ଡରେ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe