ଚଳିତ ବିଶ୍ୱକପର ୯ମ ଦିନରେ ସର୍ବାଧିକ ୧୨ ଗୋଲ, ଆସନ୍ତାକାଲି ଅଷ୍ଟ୍ରେଲିଆକୁ ଭେଟିବ ଚୀନ

Advertisment

ଆୟରଲାଣ୍ଡ-ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା

ଆୟରଲାଣ୍ଡ-ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା

ଚଳିତ ବିଶ୍ୱକପର ୯ମ ଦିନରେ ସର୍ବାଧିକ ୧୨ ଗୋଲ, ଆସନ୍ତାକାଲି ଅଷ୍ଟ୍ରେଲିଆକୁ ଭେଟିବ ଚୀନ

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପର ୯ମ ଦିନରେ ଗୁରୁବାର ସର୍ବାଧିକ ୧୨ଟି ଗୋଲ ଦେଖିବାକୁ ପାଇଛନ୍ତି। ବିଶ୍ୱକପ୍‌ର ଗୁରୁବାର ଦ୍ୱିତୀୟ ମ୍ୟାଚରେ ଶକ୍ତିଶାଳୀ ଫ୍ରାନ୍ସ ୫-୩ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ସେହିଭଳି ପୁଲ-ଏ ମ୍ୟାଚରେ ସ୍ପେନ୍‌ ଆରମ୍ଭରୁ ହିଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆକ୍ରମଣାତ୍ମକ ଖେଳିଥିଲା। ମାତ୍ର ୩ୟ ଓ ୪ର୍ଥ କ୍ୱାର୍ଟରରେ ନ୍ୟୁଜିଲାଣ୍ଡର ଖେଳାଳିମାନେ ସକ୍ରିୟ ହୋଇଥିଲେ। ଫଳରେ ଏହି ରୋମାଞ୍ଚକ ମ୍ୟାଚ୍‌ ୨-୨ ଗୋଲରେ ଡ୍ର ହୋଇଛି।

ଚଳିତ ହକି ବିଶ୍ୱକପର ୧୯ତମ ମୁକାବିଲା ଶୁକ୍ରବାର ସନ୍ଧ୍ୟା ୫ଟାରେ ଅଷ୍ଟ୍ରେଲିଆ ଏବଂ ଚୀନ ମଧ୍ୟରେ ହେବାକୁ ଥିବା ବେଳେ ରାତି ୭ଟାରେ ଆୟରଲାଣ୍ଡକୁ ଇଂଲଣ୍ଡ ଭେଟିବ। ବିଶ୍ୱକପ୍‌ର ୯ମ ଦିନରେ ଗୁରୁବାର ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି ଅନିଲ କୁମ୍ବଲେ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ବିଜୟିନୀ ଅଞ୍ଜୁ ବିବି ଜର୍ଜ ଦର୍ଶକଙ୍କୁ ଉତ୍ସାହିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe