ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଦଶମ ଦିନରେ ୧୭ ଗୋଲ, ଆସନ୍ତାକାଲି ବେଲଜିୟମ-ଦକ୍ଷିଣ ଆଫ୍ରିକା ମୁକାବିଲା

Advertisment

ଭାରତକୁ ସାମ୍ନା କରିବ କାନାଡ଼ା

ଭାରତକୁ ସାମ୍ନା କରିବ କାନାଡ଼ା

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଦଶମ ଦିନରେ ୧୭ ଗୋଲ, ଆସନ୍ତାକାଲି ବେଲଜିୟମ-ଦକ୍ଷିଣ ଆଫ୍ରିକା ମୁକାବିଲା

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ଶୁକ୍ରବାର ୨ଟି ମ୍ୟାଚରେ ୧୭ଟି ଗୋଲ ହୋଇଛି। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୧୧-୦ ଗୋଲରେ ଚୀନକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ୪-୨ ଗୋଲରେ ଆୟରଲାଣ୍ଡକୁ ପରାସ୍ତ କରିଛି। ‘ପୁଲ-ସି’ରେ ଶନିବାର ସନ୍ଧ୍ୟା ୫ଟାରେ ଦକ୍ଷିଣ ଆଫ୍ରିକା ଏବଂ ବେଲଜିୟମ ମଧ୍ୟରେ ମୁକାବିଲା ହେବ। ସେହିପରି ସନ୍ଧ୍ୟାରେ ଭାରତକୁ କାନାଡା ମୁକାବିଲା କରିବ।

କଳିଙ୍ଗ ଷ୍ଟାଡିୟମରେ ‘ପୁଲ-ବି’ ମୁକାବିଲା ଉଭୟ ଇଂଲଣ୍ଡ ଏବଂ ଆରୟରଲାଣ୍ଡ ପାଇଁ ସଂଘର୍ଷପୂର୍ଣ୍ଣ ଥିଲା। ଆୟରଲାଣ୍ଡ ଗୋଟିଏ ଗୋଲ ଦେବାର କିଛି ସମୟ ମଧ୍ୟରେ ଇଂଲଣ୍ଡ ଆଉ ଗୋଟିଏ ଗୋଲ ଦେଉଥିଲା। ଫଳରେ ବିଶ୍ୱକପ୍‌ର ୨୦ତମ ମ୍ୟାଚ ରୋମାଞ୍ଚକ ଥିଲା।

publive-image

ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୧୯ତମ ମ୍ୟାଚରେ ଅଷ୍ଟ୍ରେଲିଆ ଚମତ୍କାର ପ୍ରଦର୍ଶନ କରି ଚୀନ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଆରମ୍ଭରୁ ଅଷ୍ଟ୍ରେଲିଆର ଖେଳାଳିମାନେ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ। କଳିଙ୍ଗ ଷ୍ଟାଡିୟମରେ ଆଜି ଗୋଟିଏ ପରେ ଗୋଟିଏ ଗୋଲ ଦେଖି ଦର୍ଶକମାନେ ଅଧିକ ଉତ୍ସାହିତ ହୋଇଥିଲେ।

ଆଜିର ଏହି ମ୍ୟାଚକୁ ଜିତିବା ସହିତ ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପ୍‌ରେ ୩ଟି ମ୍ୟାଚରେ କ୍ରମାଗତ ବିଜୟୀ ହୋଇ ୯ ପଏଣ୍ଟ ହାସଲ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ‘ପୁଲ-ବି’ର ପଏଣ୍ଟ ତାଲିକାରେ ଶ୍ରେଷ୍ଠ ସ୍ଥାନ ଦଖଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe