ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୮ମ ଦିନରେ ୭ ଗୋଲ, ଆସନ୍ତାକାଲି ସ୍ପେନକୁ ଭେଟିବ ନ୍ୟୁଜିଲାଣ୍ଡ

ଆର୍ଜେଣ୍ଟିନା-ଫ୍ରାନ୍ସ ମଧ୍ୟରେ ହେବ ମୁକାବିଲା

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୮ମ ଦିନରେ ୭ ଗୋଲ, ଆସନ୍ତାକାଲି ସ୍ପେନକୁ ଭେଟିବ ନ୍ୟୁଜିଲାଣ୍ଡ

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ୮ମ ଦିନରେ ବୁଧବାର ୭ଟି ଗୋଲ ଦେଖିବାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମରେ ‘ପୁଲ-ସି’ର ଆଜି ପ୍ରଥମ ମୁକାବିଲାରେ ଜର୍ମାନୀ ୪-୧ ଗୋଲରେ ନେଦରଲାଣ୍ଡସ ବିପକ୍ଷରେ ବିଜୟୀ ହୋଇଥିବା ବେଳେ ରାତି ୭ଟାରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଓ ମାଲେସିଆ ମ୍ୟାଚ ୧-୧ରେ ଡ୍ର ହୋଇଥିଲା।

ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଚଳିତ ହକି ବିଶ୍ୱକପରେ ୧୭ତମ ମ୍ୟାଚ ସ୍ପେନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ସେହିପରି ଦ୍ୱିତୀୟ ମୁକାବିଲା ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ହେବ। ପୂର୍ବରୁ ଶକ୍ତିଶାଳୀ ଆର୍ଜେଣ୍ଟିନା ଟିମ ଡିସେମ୍ବର ୩ରେ ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରିଥିଲା।

ଆରମ୍ଭରୁ ସଫଳ ରଣନୀତି ପ୍ରସ୍ତୁତ କରିଥିବା ଜର୍ମାନୀ ବୁଧବାର ଆକ୍ରମଣାତ୍ମକ ଭାବରେ ଖେଳିଥିଲା। ଜର୍ମାନୀର ଖେଳାଳିମାନେ ସକ୍ରିୟ ଥିଲେ। ଦର୍ଶକପୂର୍ଣ୍ଣ ହକି ଗ୍ରାଉଣ୍ଡରେ ଖେଳାଳିମାନେ ପୂର୍ବ ଯୋଜନା ଅନୁସାରେ ଖେଳିଥିଲେ। ଜର୍ମାନୀ ୪ଟି ଗୋଲ ଦେଇଥିବା ବେଳେ ନେଦରଲାଣ୍ଡସ୍‌ କେବଳ ଗୋଟିଏ ଗୋଲ ଦେଇ ପାରିଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe