ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଅଷ୍ଟ୍ରେଲିଆ ୧୧-୦ରେ ଚୀନକୁ ହରାଇ କଲା ବିଶାଳ ରେକର୍ଡ

Advertisment
ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଅଷ୍ଟ୍ରେଲିଆ ୧୧-୦ରେ ଚୀନକୁ ହରାଇ କଲା ବିଶାଳ ରେକର୍ଡ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ଶୁକ୍ରବାର ଅଷ୍ଟ୍ରେଲିଆ ନୂଆ ରେକର୍ଡ ସୃଷ୍ଟି କରିଛି। ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୧୯ତମ ମ୍ୟାଚରେ ଅଷ୍ଟ୍ରେଲିଆ ଚମତ୍କାର ପ୍ରଦର୍ଶନ କରି ଚୀନ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଆରମ୍ଭରୁ ଅଷ୍ଟ୍ରେଲିଆର ଖେଳାଳିମାନେ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ। କଳିଙ୍ଗ ଷ୍ଟାଡିୟମରେ ଆଜି ଗୋଟିଏ ପରେ ଗୋଟିଏ ଗୋଲ ଦେଖି ଦର୍ଶକମାନେ ଅଧିକ ଉତ୍ସାହିତ ହୋଇଥିଲେ।

ଆଜିର ଏହି ମ୍ୟାଚକୁ ଜିତିବା ସହିତ ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପ୍‌ରେ ୩ଟି ମ୍ୟାଚରେ କ୍ରମାଗତ ବିଜୟୀ ହୋଇ ୯ ପଏଣ୍ଟ ହାସଲ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ‘ପୁଲ-ବି’ର ପଏଣ୍ଟ ତାଲିକାରେ ଶ୍ରେଷ୍ଠ ସ୍ଥାନ ଦଖଲ କରିଛି।

ନିଜ ପୁଲ-ବି ତାଲିକାରେ ଚୀନ ୨ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି। ହକି ବିଶ୍ୱକପର ୨୦ତମ ମୁକାବିଲା ଆୟରଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe