ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୨-୧ରେ ଜର୍ମାନୀକୁ ହରାଇ ସେମିରେ ବେଲଜିୟମ

Advertisment
ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୨-୧ରେ ଜର୍ମାନୀକୁ ହରାଇ ସେମିରେ ବେଲଜିୟମ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଜାରି ଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ପ୍ରଥମ କ୍ୱାର୍ଟରଫାଇନାଲ ମ୍ୟାଚରେ ବେଲଜିୟମ୍‌ ଗୁରୁବାର ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ବେଲଜିୟମ ଏହି ବିଜୟ ସହିତ ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ ମ୍ୟାଚ ବେଲଜିୟମ୍‌ ଏବଂ ଇଂଲଣ୍ଡ ମଧ୍ୟରେ ଡିସେମ୍ବର ୧୫ରେ ମୁକାବିଲା ହେବ।

ଆୟୋଜକ ଭାରତ ଏବଂ ନେଦରଲାଣ୍ଡସ୍‌ ମଧ୍ୟରେ ଆଜି ରାତି ୭ଟାରେ ଅନ୍ୟ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ ଏବଂ ଏହି ମ୍ୟାଚର ବିଜେତା ଅଷ୍ଟ୍ରେଲିଆକୁ ଡିସେମ୍ବର ୧୫ରେ ସେମିଫାଇନାଲରେ ମୁକାବିଲା କରିବ।

ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଆଉ ୨ ଦିନ ପରେ ଶେଷ ହେବ। ଓଡ଼ିଶାରେ ଅଥବା କଳିଙ୍ଗ ହକି ଗ୍ରାଉଣ୍ଡରେ ପୁଣି ଥରେ କେବେ ବିଶ୍ୱକପ୍‌ର ଆୟୋଜନ ହେବ ତାହା ଏବେ ଠାରୁ କେହି କହି ହେବ ନାହିଁ। ଯେହେତୁ ଏବେ ହକି ବିଶ୍ୱକପ୍‌ ଚାଲିଛି, ଏହାକୁ ଦେଖିବାର ସୁଯୋଗ ହାତ ଛଡ଼ା କରି ନାହାନ୍ତି ଭୁବନେଶ୍ୱର ତଥା ଓଡ଼ିଶାର ହକିପ୍ରେମୀ। ଆସନ୍ତା ରବିବାର ଫାଇନାଲ ମ୍ୟାଚ ପାଇଁ ଟିକେଟ ମିଳିବା କଷ୍ଟ ହୋଇଯାଇଛି।  କଳିଙ୍ଗ ହକି ଗ୍ରାଉଣ୍ଡରେ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe