ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଶନିବାର ବେଲଜିୟମ ୬-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିବା ବେଲଜିୟମ୍ ପ୍ରଥମ କ୍ୱାର୍ଟରରେ ଗୋଟିଏ ଗୋଲ ଦେଇଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ପୁଣି ଏକ ଗୋଲ ଦେଇ ଥିଲା। ବେଲଜିୟମ୍ର ଖେଳାଳିମାନେ ୩ୟ କ୍ୱାର୍ଟର ବେଳକୁ ଆହୁରି ଆକ୍ରମଣତ୍ମକ ହୋଇ ଯାଇଥିଲେ। ତୃତୀୟ କ୍ୱାର୍ଟରେ ପୁଣି ୨ଟି ଗୋଲ ଦେଇ ମ୍ୟାଚକୁ ୪-୦ରେ ଅଗ୍ରଣୀଲାଭ କରିଥିଲେ। ଶେଷରେ ଇଂଲଣ୍ଡକୁ ୬-୦ ଗୋଲରେ ପରାସ୍ତ କରି ହକି ବିଶ୍ୱକପ୍ର ଚତୁର୍ଦ୍ଦଶ ସଂସ୍କରଣର ଫାଇନାଲରେ ପହଞ୍ଚିଛି। ଡିସେମ୍ବର ୧୬ରେ ଫାଇନାଲ ମ୍ୟାଚରେ ବେଲଜିୟମ ଆଜି ସନ୍ଧ୍ୟା ୬ଟା ୩୦ରେ ନେଦରଲାଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମୁକାବିଲାର ବିଜେତାକୁ ଭେଟିବ।
/sambad/media/post_attachments/wp-content/uploads/2018/12/01Kalinga-Satidum1-3-300x157.jpg)
ଦର୍ଶକ ପୂର୍ଣ୍ଣ କଳିଙ୍ଗ ହକି ଗ୍ରାଉଣ୍ଡରେ ବେଲଜିୟମ୍ ଠାରୁ ୬-୦ ଗୋଲରେ ପରାସ୍ତ ହେବା ପରେ ମଧ୍ୟ ଇଂଲଣ୍ଡର ବିଶ୍ୱକପ୍ ଅଭିଯାନ ଶେଷ ହୋଇ ନାହିଁ। ଇଂଲଣ୍ଡ ରବିବାର ଫାଇନାଲ ମ୍ୟାଚ ପୂର୍ବରୁ ଅପରାହ୍ନ ୪ଟା ୩୦ରେ ୩ୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡସ୍ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚର ପରାଜିତ ଟିମ୍କୁ ମୁକାବିଲା କରିବ।
କଳିଙ୍ଗ ଷ୍ଟାଡିୟମ୍ର ହକି ଗ୍ରାଉଣ୍ଡରେ ଟୁର୍ଣ୍ଣାମେଣ୍ଟର ୩୩ତମ ମ୍ୟାଚରେ ପହଂଚିବା ପୂର୍ବରୁ ବେଲଜିୟମ ଗୁରୁବାର ଶକ୍ତିଶାଳୀ ଜର୍ମାନୀକୁ ହରାଇଥିଲା।
ଆଜି ସନ୍ଧ୍ୟା ୬ଟା ୩୦ରେ ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡସ୍ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ। ଡିସେମ୍ବର ୧୨ରେ ଫ୍ରାନ୍ସକୁ ପରାସ୍ତ କରି ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଡିସେମ୍ବର ୧୩ରେ ଆୟୋଜକ ଭାରତକୁ ହରାଇ ନେଦରଲାଣ୍ଡସ୍ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା।
Follow Us