ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଫ୍ରାନ୍ସ ୧-୦ରେ ଚୀନ ବିପକ୍ଷରେ ବିଜୟୀ

Advertisment
ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଫ୍ରାନ୍ସ ୧-୦ରେ ଚୀନ ବିପକ୍ଷରେ ବିଜୟୀ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ତ୍ରୟୋଦଶ ଦିନର କ୍ରସ ଓଭର ୨ୟ ମ୍ୟାଚରେ ଫ୍ରାନ୍ସ ୧-୦ ଗୋଲ୍‌ରେ ଚୀନ ବିପକ୍ଷରେ ବିଜୟୀ ହୋଇଛି। ପ୍ରଥମ ୨ଟି କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିବା ବେଳେ ୩ୟ କ୍ୱାର୍ଟରେ ଫ୍ରାନ୍ସ ଏକ ଗୋଲ ଦେଇଥିଲା।

ସୋମବାର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଇଂଲଣ୍ଡ ପରାସ୍ତ କରିଛି। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡକୁ ମୁକାବିଲା କରି ନପାରି ନ୍ୟୁଜିଲାଣ୍ଡ ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣରୁ ବିଦାୟ ନେଇଛି। ଏକତରଫା ମ୍ୟାଚରେ ଇଂଲଣ୍ଡ ୨ ଗୋଲ ଦେଇ ଚଳିତ ବିଶ୍ୱକପ୍‌ର ୨୫ତମ ମ୍ୟାଚକୁ ଜିତିଛି।

ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଆଉ ୬ ଦିନ ପରେ ଶେଷ ହେବ। ଓଡ଼ିଶାରେ ଅଥବା କଳିଙ୍ଗ ହକି ଗ୍ରାଉଣ୍ଡରେ ପୁଣି ଥରେ କେବେ ବିଶ୍ୱକପ୍‌ର ଆୟୋଜନ ହେବ ତାହା ଏବେ ଠାରୁ କେହି କହି ପାରିବେ ନାହିଁ। ଯେହେତୁ ଏବେ ହକି ବିଶ୍ୱକପ୍‌ ଚାଲିଛି, ଏହାକୁ ଦେଖିବାର ସୁଯୋଗ ହାତ ଛଡ଼ା କରି ନାହାନ୍ତି ଭୁବନେଶ୍ୱର ତଥା ଓଡ଼ିଶାର ହକିପ୍ରେମୀ। ଆସନ୍ତା ରବିବାର ଫାଇନାଲ ମ୍ୟାଚ ଥିବାରୁ ଟିକେଟ ମିଳିବା କଷ୍ଟ ହୋଇଯାଇଛି। କଳିଙ୍ଗ ହକି ଗ୍ରାଉଣ୍ଡରେ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe