ଓଡ଼ିଶା ପୁରୁଷ ହକି ବିଶ୍ୱକପ: ଆସନ୍ତାକାଲି ୪ଟାରେ ଲଢ଼ିବେ ବେଲଜିୟମ-ଇଂଲଣ୍ଡ

Advertisment

ଡିସେମ୍ବର ୧୫ ସନ୍ଧ୍ୟା ୬ଟା ୩୦ରେ ଅଷ୍ଟ୍ରେଲିଆକୁ ଭେଟିବ ନେଦରଲାଣ୍ଡସ୍‌

ଡିସେମ୍ବର ୧୫ ସନ୍ଧ୍ୟା ୬ଟା ୩୦ରେ ଅଷ୍ଟ୍ରେଲିଆକୁ ଭେଟିବ ନେଦରଲାଣ୍ଡସ୍‌

ଓଡ଼ିଶା ପୁରୁଷ ହକି ବିଶ୍ୱକପ: ଆସନ୍ତାକାଲି ୪ଟାରେ ଲଢ଼ିବେ ବେଲଜିୟମ-ଇଂଲଣ୍ଡ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ ଶନିବାର ଅପରାହ୍ନ ୪ଟାରେ ବେଲଜିୟମ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। କଳିଙ୍ଗ ଷ୍ଟାଡିୟମ୍‌ର ହକି ଗ୍ରାଉଣ୍ଡରେ ଟୁର୍ଣ୍ଣାମେଣ୍ଟର ୩୩ତମ ମ୍ୟାଚରେ ପହଂଚିବା ପୂର୍ବରୁ ବେଲଜିୟମ ଗୁରୁବାର ଶକ୍ତିଶାଳୀ ଜର୍ମାନୀକୁ ହରାଇଥିବା ବେଳେ ଡିସେମ୍ବର ୧୨ରେ ଆର୍ଜେଣ୍ଟିନାକୁ ଇଂଲଣ୍ଡ ପରାସ୍ତ କରିଥିଲା।

publive-image

ସେହିପରି ଡିସେମ୍ବର ୧୨ରେ ଫ୍ରାନ୍ସକୁ ପରାସ୍ତ କରି ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଥିବାଳେ ଡିସେମ୍ବର ୧୩ରେ ଆୟୋଜକ ଭାରତକୁ ହରାଇ ନେଦରଲାଣ୍ଡସ୍‌ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା।

ଏଯାଏଁ ହକି ବିଶ୍ୱକପ୍‌ର ମ୍ୟାଚଗୁଡ଼ିକ ସନ୍ଧ୍ୟା ୫ଟାରେ ପ୍ରଥମ ମ୍ୟାଚ ଓ ରାତି ୭ଟାରେ ଦ୍ୱିତୀୟ ମ୍ୟାଚ ଖେଳାଯାଉଥିଲା। ମାତ୍ର ସେମିଫାଇନାଲରେ ଅପରାହ୍ନ ୪ଟାରୁ ପ୍ରଥମ ମ୍ୟାଚ ଖେଳାଯିବ। ଚତୁର୍ଦ୍ଦଶ ହକି ବିଶ୍ୱକପ୍‌ର ୩୪ତମ ମ୍ୟାଚ ଶନିବାର ରାତି ୬ଟା ୩୦ରେ ଅଷ୍ଟ୍ରେଲିଆକୁ ନେଦରଲାଣ୍ଡସ୍‌ ଭେଟିବ।

publive-image

କ୍ୱାଟରଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନାକୁ ୩-୨ ଗୋଲ୍‌ରେ ଇଂଲଣ୍ଡ ପରାସ୍ତ କରି ଥିବା ବେଳେ ଅଷ୍ଟ୍ରେଲିଆ ୩-୦ରେ ଫ୍ରାନ୍ସକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଅନ୍ୟ ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ନେଦରଲାଣ୍ଡସ୍‌ ଗୁରୁବାର ଭାରତକୁ ୨-୧ ଗୋଲରେ ପରାସ୍ତ କରି ଥିବା ବେଳେ ବେଲଜିୟମ୍‌ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି।

publive-image

ସେମିଫାଇନାଲରେ ପରାସ୍ତ ହୋଇଥିବା ୨ଟି ଟିମ୍‌ ଡିସେମ୍ବର ୧୬ରେ ୩ୟ ସ୍ଥାନ ପାଇଁ ମୁକାବିଲା କରୁଥିବା ବେଳେ ବିଜୟୀ ଦଳମାନେ ଚାମ୍ପିଅନ୍‌ ଟ୍ରଫି ପାଇଁ ଲଢିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe