ନଗେଶ ଟ୍ରଫି ସେମିରେ ଓଡ଼ିଶା

Advertisment
ନଗେଶ ଟ୍ରଫି ସେମିରେ ଓଡ଼ିଶା

ଭୁବନେଶ୍ବର: ହାଇଦ୍ରାବାଦରେ ଚାଲିଥିବା ନଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଓଡ଼ିଶା ପ୍ରବେଶ କରିଛି। ସୁପର-୮ର ପ୍ରଥମ ମ୍ୟାଚ୍‌ରେ ହରିୟାଣାକୁ ହରାଇଥିବା ଓଡ଼ିଶା ମଙ୍ଗଳବାର ଦ୍ବିତୀୟ ମ୍ୟାଚ୍‌ରେ ଚଣ୍ଡିଗଡ଼କୁ ୯ ୱିକେଟ୍‌ରେ ପରାସ୍ତ କରିଥିଲା। ଫଳରେ ବୁଧବାର ହାଇଦ୍ରାବାଦ ବିପକ୍ଷ ନିଜର ତୃତୀୟ ମ୍ୟାଚ୍‌ ଖେଳିବା ପୂର୍ବରୁ ଓଡ଼ିଶା ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିନେଇଛି।

ମଙ୍ଗଳବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଚଣ୍ଡିଗଡ଼ ୧୯.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୬୦ ରନ୍‌ କରିଥିଲା। ଓଡ଼ିଶା ପକ୍ଷରୁ ଲିଙ୍ଗରାଜ ରାଉତରା ୩, ସୁଖରାମ ମାଝୀ ୨ ଏବଂ ଦେବରାଜ ବେହେରା ୧ ୱିକେଟ୍‌ ନେଇଥିଲେ। ଜବାବରେ ଓଡ଼ିଶା ୬.୨ ଓଭରରେ ଗୋଟିଏ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଅଂଜନ ସିଂହ ୨୯* ଓ ସୁକଦେବ ସୋରେନ ୧୦* ରନ୍‌ରେ ଅପରାଜିତ ରହିଥିଲା ‌ବେଳେ ଜାଫର ଇକ୍‌ବାଲ ୧୬ ରନ୍‌ରେ ଆଉଟ୍‌ ହୋଇଥିଲେ। ୨ ୱିକେଟ୍‌ ସହ ୨ଟି ରନ୍‌ ଆଉଟ୍‌ କରିଥିବା ସୁଖରାମ ମାଝୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe