ଜାତୀୟ ଆଇସ୍‌ ସ୍କେଟିଂରେ ଓଡ଼ିଶା

ଜାତୀୟ ଆଇସ୍‌ ସ୍କେଟିଂରେ ଓଡ଼ିଶା

ଭୁବନେଶ୍ବର: ଭିତ୍ତିଭୂମି ନ ଥିବା ଆଇସ୍‌ ସ୍କେଟିଂରେ ଓଡ଼ିଶା ଇତିହାସ ରଚିବାକୁ ଯାଉଛି। ଭାରତରେ ଦୁଇ ଦଶନ୍ଧି ଧରି ଆଇସ୍‌ ସ୍କେଟିଂ କ୍ରୀଡ଼ା ରହିଥିଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଚାର ଓ ପ୍ରସାର ‌ହୋଇପାରିନଥିଲା। ଏବେ ଜାତୀୟ ଶିବିରରେ ଅଂଶଗ୍ରହଣ କରି ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବାକୁ ଯାଉଛି ଓଡ଼ିଶା। ଓଡ଼ିଶା ଆଇସ୍‌‌‌ ସ୍କେଟିଂ ସଂଘ (ଓଆଇଏସ୍ଏ)ର ସମ୍ପାଦକ ତଥା ପୂର୍ବତନ ରାଜ୍ୟ ବିଜେତା ଓ ଜାତୀୟ ଖେଳାଳି ପାର୍ଥ ସାରଥୀ ଜେନାଙ୍କ ତତ୍ତ୍ବାବଧାନରେ ଏକ ୧୨ ଜଣିଆ ଦଳ ଗୁରୁଗ୍ରାମ ଗସ୍ତ କରିଛି। ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ ସେଠାରେ ଜାତୀୟ ଶିବିର ହେବା ପରେ ଜାତୀୟ ପ୍ରତିଯୋଗିତା ଲାଗି ପ୍ରସ୍ତୁତି ଚାଲିବ।

ଏହି ଦଳରେ ଅର୍ମାନ ସୁବୁଦ୍ଧି, ଅଶ୍ଲେଷ ପଣ୍ଡା, ସାଇ ଶ୍ରୀୟାଂଶୁ ରାଉତ, ଆଦିତ୍ୟ ମିଶ୍ର, ବୀରେନ ଦାସ, ଆର୍‌ଏନ୍‌ ଆୟାନ, ସ୍ବୟଂଶୁ ଏସ୍ କାନୁନଗୋ, କୌସ୍ତଭ ପଟ୍ଟନାୟକ, କୃପା ଦୋଷୀ ଓ ଖୁସି ଅଗ୍ରୱାଲ୍‌ଙ୍କ ସହ ପ୍ରଶିକ୍ଷକ ସୁଶାନ୍ତ କୁମାର ସାହୁ ଓ ଅଧିକାରୀ ଯତୀନ ପଣ୍ଡା ଦିଲ୍ଳୀ ଗସ୍ତ କରିଛନ୍ତି। ଖେଳାଳିମାନଙ୍କୁ ଓଡ଼ିଶା ସଂଘ ସମ୍ପାଦକ ପାର୍ଥ ସାରଥି ଜେନା ଶୁଭକାମନା ଜଣାଇଛନ୍ତି। ଆଇସ୍‌ ସ୍କେଟିଂରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ଖେଳାଳି ଶ୍ରୀ ଜେନା (୯୦୯୦୯ ୧୩୩୩୧)ଙ୍କ ସହ ଯୋଗାଯୋଗ ପାଇଁ ମଧ୍ୟ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe