ନଗେଶ ଟ୍ରଫି ସେମିରେ ଓଡ଼ିଶା

Advertisment
ନଗେଶ ଟ୍ରଫି ସେମିରେ ଓଡ଼ିଶା

ଭୁବନେଶ୍ବର: ନଗେଶ ଟ୍ରଫି ଟି-୨୦ ଦୃଷ୍ଟିହୀନ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଓଡ଼ିଶା ପ୍ରବେଶ କରିଛି। ମଙ୍ଗଳବାର ନୂଆଦିଲ୍ଲୀର ସାକେତ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍‌ରେ ଓଡ଼ିଶା ୪୭ ରନ୍‌ରେ ରାଜସ୍ଥାନକୁ ପରାସ୍ତ କରିଛି। ଟସ୍‌ ଜିତି ରାଜସ୍ଥାନ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଓଡ଼ିଶା ଦୁଇ ପ୍ରାରମ୍ଭିକ ବ୍ୟାଟର୍‌ ସୁଖରାମ ମାଝୀ (୬୪ ରନ୍‌, ୪୪ ବଲ୍‌) ଓ ନକୁଳ ବଡ଼ନାୟକ (୬୨ ରନ୍‌, ୫୫ ବଲ୍‌)ଙ୍କ ଅର୍ଦ୍ଧଶତକ ବଳରେ ୫ ୱିକେଟ୍‌ ହରାଇ ୧୯୮ କରିଥିଲା।

ଅନ୍ୟମାନଙ୍କ ମଧ୍ୟରେ ଲାଲ ପ୍ରସାଦ ୨୬ (୧୬ ବଲ୍‌) ରନ୍‌ କରିଥିଲେ। ଜବାବରେ ମହମ୍ମଦ ଜାଫର ଇକ୍‌ବାଲ୍‌ଙ୍କ ବୋଲିଂ ବାହିନୀ ରାଜସ୍ଥାନକୁ ୧୫୧/୭ରେ ଅଟକାଇ ଦେଇଥିଲେ। ଓଡ଼ିଶା ପକ୍ଷରୁ ନକୁଳ, ତପନ, ‌ଦେବରାଜ ଓ କାଳିଆ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ନକୁଳଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ବୁଧବାର ଓଡ଼ିଶା ସେମିଫାଇନାଲ୍‌ରେ କର୍ଣ୍ଣାଟକକୁ ଭେଟିବ। ସୂଚନାଯୋଗ୍ୟ ଯେ ଓଡ଼ିଶା ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ (୫ରୁ ୫ ବିଜୟ) ସହ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe