ଲଗାତାର ପଞ୍ଚମ ବିଜୟ ସହ କ୍ବାର୍ଟରରେ ଓଡ଼ିଶା

Advertisment

ନଗେଶ ଟ୍ରଫି

ନଗେଶ ଟ୍ରଫି

ଲଗାତାର ପଞ୍ଚମ ବିଜୟ ସହ କ୍ବାର୍ଟରରେ ଓଡ଼ିଶା

ଭୁବନେଶ୍ବର: ନୂଆଦିଲ୍ଲୀରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ କ୍ରିକେଟ୍ ପ୍ରତିଯୋଗିତା ନଗେଶ ଟ୍ରଫିରେ ଲଗାତାର ପଞ୍ଚମ ବିଜୟ ସହ ଓଡ଼ିଶା କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ‌ଲିଗ୍ ପର୍ଯ୍ୟାୟର ପ୍ରଥମ ଚାରିଟି ମ୍ୟାଚ୍‌କୁ ସହଜରେ ଜିତି ନେଇଥିବା ଓଡ଼ିଶା ଦଳ ରବିବାର ଶେଷ ଲିଗ୍‌ ମୁକାବିଲାରେ ହରିୟାଣାକୁ ୩୬ ରନ୍‌ରେ ହରାଇ ଗ୍ରୁପ୍ ଟପ୍ପର ସହ କ୍ବାର୍ଟର ଫାଇନାଲ୍ ଟିକେଟ ହାସଲ କରିନେଇଥିଲା।

ରବିବାର ଓଡ଼ିଶା ଟସ୍ ଜିତି ବ୍ୟାଟିଂ କରିଥିଲା। ପଙ୍କଜ ଭୂଏଙ୍କ ୮୭*, ଲାଲ ପ୍ରସାଦ ‌ସୋରେନଙ୍କ ୩୧ ଏବଂ ମହମ୍ମଦ ଜାଫର ଇକବାଲ ଓ ସୁଖରାମ ମାଝୀଙ୍କ ୨୦ ରନ୍ ଲେଖାଏଁ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୧ ରନ୍ କରିଥିଲା। ଏହାର ଜବାବରେ ହରିୟାଣା ୫ ୱିକେଟ୍ ହରାଇ ୧୫୫ ରନ୍‌ରେ ଅଟକି ଯାଇଥିଲା। ପଙ୍କଜ ଭୂଏ ଓ ନକୁଳ ବଡ଼ନାୟକ ଦୁଇଟି ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ। ପଙ୍କଜ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସୋମବାରର କ୍ବାର୍ଟର ଫାଇନାଲ୍‌ରେ ରାଜସ୍ଥାନକୁ ଭେଟିବ ଓଡ଼ିଶା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe