ଭୁବନେଶ୍ବର: ଓଡ଼ିଶା, ପୁଦୁଚେରୀ ଓ କେରଳକୁ ନେଇ ପୁଦୁଚେରୀଠାରେ ଖେଳାଯାଉଥିବା ତ୍ରିକୋଣୀୟ ଦୃଷ୍ଟିହୀନ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଫାଇନାଲ୍ରେ ପ୍ରବେଶ କରିଛି। ଗୁରୁବାର ଦ୍ବିତୀୟ ତଥା ଅନ୍ତିମ ଲିଗ୍ ମ୍ୟାଚ୍ରେ ଘରୋଇ ପୁଦୁଚେରୀକୁ ୪୨ ରନ୍ରେ ହରାଇ ଓଡ଼ିଶା ଏହି ସଫଳତା ଲାଭ କରିଛି। ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନେଇଥିବା ଓଡିଶା ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ୨୧୯ ରନ୍ କରିଥିଲା। ଦଳ ପକ୍ଷରୁ ଅଧିନାୟକ ନକୁଳ ୧୦୫, ଜାଫର ଇକବାଲ୍ ୩୦ ଓ ଧନପତି ଗୌଡ଼ ୨୦ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ପୁଦୁଚେରୀ ୪ ୱିକେଟ୍ ବିନିମୟରେ ୧୭୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ପୁଦୁଚେରୀ ପକ୍ଷରୁ ଡି. ଦିନାଗରନ ସର୍ବାଧିକ ୧୦୪ ରନ୍ ସଂଗ୍ରହ କରିଥିଲେ। ଓଡିଶା ପକ୍ଷରୁ ନକୁଳ ଓ ଅର୍ଜୁନ ଭତରା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ନକୁଳଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଶୁକ୍ରବାର ଫାଇନାଲରେ କେରଳକୁ ଭେଟିବ ଓଡ଼ିଶା।
ତ୍ରିକୋଣୀୟ ଦୃଷ୍ଟିହୀନ କ୍ରିକେଟ୍ ଫାଇନାଲ୍ରେ ଓଡ଼ିଶା
Advertisment
Follow Us