ମହିଳା ଦିନିକିଆ କ୍ବାର୍ଟରରେ ଓଡ଼ିଶା

Advertisment
ମହିଳା ଦିନିକିଆ କ୍ବାର୍ଟରରେ ଓଡ଼ିଶା

କଟକ: ଓଡ଼ିଶା ମହିଳା କ୍ରିକେଟ୍‌ ଦଳ ଦିନିକିଆ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ୧୫ ତାରିଖ କ୍ବାର୍ଟର ଫାଇନାଲ୍‌ରେ ଓଡ଼ିଶାର ମୁକାବିଲା ରେଳବାଇ ସହ ହେବ। ଶନିବାର ବେଙ୍ଗାଲୁରୁସ୍ଥିତ ଆଲୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରି-କ୍ବାର୍ଟର ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ୧୩ ରନ୍‌ରେ ଉତ୍ତରପ୍ରଦେଶକୁ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଉତ୍ତରପ୍ରଦେଶ ଟସ୍‌ ଜିତି ଓଡ଼ିଶାକୁ ପ୍ରଥମେ ବ୍ୟାଟିଂ ପାଇଁ ଡାକିଥିଲା। ଓଡ଼ିଶା ୨୪ ଓଭରରେ ୫ ଵିକେଟ୍‌ ହରାଇ ୧୦୦ ରନ୍‌ କରିଥିଲା। ମାଧୁରି ମେହେଟ୍ଟା ନିଜ ପୂର୍ବ ପ୍ରଦର୍ଶନ ଜାରି ରଖିବା ସହ ସର୍ବାଧିକ ୩୧ ରନ୍‌ କରି ଆଉଟ ହୋଇଥିଲା ବେଳେ କାଜଲ ଜେନା ୨୧, ସୁଶ୍ରୀ ଦିବ୍ୟଦର୍ଶିନୀ ୬, ପ୍ରଜ୍ଞାପାରମିତା ମହାନ୍ତି ୨୪, ମଧୁସ୍ମିତା ବେହେରା ୧୪ ରନ୍‌ ଯୋଡ଼ିଥିଲେ।

ପ୍ରତିପକ୍ଷର ରାଶି କାନୋଜିଆ ୨, ଶିଳ୍ପୀ ଯାଦବ ଓ ତନୁ କାଲା ପ୍ରତ୍ୟେକ ୧ ଵିକେଟ ଲେଖାଏଁ ନେଇଥିଲେ। ଜବବାରେ ଉତ୍ତରପ୍ରଦେଶ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ନିୟମିତ ଭାବେ ଵିକେଟ ହରାଇବାରୁ ଦଳ ୨୧.୪ ଓଭରରେ ମାତ୍ର ୮୭ ରନ୍‌ରେ ସଫା ହୋଇଯାଇଥିଲା। ବିଜୟୀ ଦଳ ପାଇଁ ରସନାରା ପରବିନ୍‌ ୩, ପ୍ରିୟଙ୍କା ପ୍ରିୟଦର୍ଶିନୀ ୨, ସୁଜାତା ମଲ୍ଲିକ, ମଧୁସ୍ମିତା ବେହେରା ଓ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରତ୍ୟେକ ୧ ଵିକେଟ ଲେଖାଏଁ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe