ଭୁବନେଶ୍ବର: ସମ୍ପ୍ରତି ଭୁବନେଶ୍ବରରେ ସମାଜ ଓ ଶିକ୍ଷା ଉପରେ ଚେସ୍ର ପ୍ରଭାବକୁ ନେଇ ପ୍ରଥମ ଫିଡେ ବିଶ୍ବସ୍ତରୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହାର ଆୟୋଜନ ପଛରେ ଥିବା ଓଡ଼ିଆ ଆଇଆର୍ଏସ୍ ଅଧିକାରୀ ତଥା ଚେସ୍ ବ୍ୟକ୍ତିତ୍ବ ରଂଜନ ମହାନ୍ତିଙ୍କୁ ଅଧିକାଂଶ ଉଚ୍ଚ ପ୍ରଶଂସା କରାଯାଇଛି। ଖେଳାଳିରୁ ପ୍ରଶାସକ ଓ ଚେସ୍ ଚେହେରା ପାଲଟିଥିବା ରଂଜନ ଏହି ଇଭେଣ୍ଟ୍ର ମୁଖ୍ୟ ସଂଯୋଜକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।
ଏହି ଅବସରରେ ଚେସ୍ର ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ମହାନ୍ତିଙ୍କୁ ଚେସ୍ ଖେଳର ବିଶ୍ବ ପରିଚାଳନା ସଂସ୍ଥା ‘ଫିଡେ’ ମଧ୍ୟ ପ୍ରଶଂସାପତ୍ର ପ୍ରଦାନ କରିଛି। ଦ୍ବିତୀୟ ତଥା ସବୁଠାରୁ ପ୍ରମୁଖ କଥାଟି ହେଉଛି ବିଶ୍ବସ୍ତରୀୟ ଇଭେଣ୍ଟ୍ ଅବସରରେ ପ୍ରକାଶିତ ସ୍ବତନ୍ତ୍ର ଲଫାପା ଓ ଡାକଟିକଟ୍ରେ ଶ୍ରୀ ମହାନ୍ତି ଙ୍କ ସହ ୬ ଜଣ ସ୍ଥାନ ପାଇଥିଲେ। ପ୍ରଥମ ଆଇଆର୍ଏସ୍ ଅଧିକାରୀ ଭାବେ ସେ ଏହି ଗୌରବ ଅର୍ଜନ କରିଛନ୍ତି।
/filters:format(webp)/sambad/media/media_files/2026/01/17/17bbs_55_17012026_112-2026-01-17-20-28-01.jpg)
ଆହୁରି ପଢ଼ନ୍ତୁ: AIADMK :ଏଆଇଏଡିଏମ୍କେ ନିର୍ବାଚନୀ ପ୍ରତିଶ୍ରୁତି: ପୁରୁଷଙ୍କ ପାଇଁ ମାଗଣା ବସ୍ଯାତ୍ରା, ମହିଳାଙ୍କ ପାଇଁ ମାସକୁ ୨ ହଜାର ଟଙ୍କା
ବରିଷ୍ଠ ଆଇଆର୍ଏସ୍ ଅଧିକାରୀ ଭାବେ ପରିଚିତ
କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହିତ ରୁଷର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ଫିଡେ ସଭାପତି ଆର୍କାଡି ଡଭୋରକୋଭିଚ୍, ୫ ଥର ବିଶ୍ବ ବିଜେତା ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ ଆନନ୍ଦ, ଲାଟଭିଆ ଗଣରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ଡାନା ରେଜନିସ୍-ଓଜୋଲା, ଫିଡେର ଚେସ୍ ଇନ୍ ଏଜୁକେସନ୍ କମିtନରେ ଭାରତର ପ୍ରତିନିଧି ଗ୍ରାଣ୍ଡମାଷ୍ଟର ଅଭିଜିତ୍ କୁଣ୍ଟେ ପ୍ରମୁଖ ମଧ୍ୟ ସାମିଲ ରହିଥିଲେ। ସୂଚନାଯୋଗ୍ୟ, ଜଣେ ବରିଷ୍ଠ ଆଇଆର୍ଏସ୍ ଅଧିକାରୀ ଭାବେ ପରିଚିତ ରଂଜନ ମହାନ୍ତି ସର୍ବଭାରତୀୟ ଚେସ୍ ସଂଘର ପୂର୍ବତନ ଯୁଗ୍ମ ସମ୍ପାଦକ ଏବଂ ବର୍ତମାନର ଇଭେଣ୍ଟ୍ କମିଟି ସଦସ୍ୟ।
ଆହୁରି ପଢ଼ନ୍ତୁ: Teacher: ମୂର୍ତ୍ତି ଭଙ୍ଗା ଘଟଣାରେ ମଦ୍ୟପ ଶିକ୍ଷକଙ୍କୁ ଥାନାରେ ଅଟକ ରଖିଲା ପୁଲିସ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/17/17bbs_54_17012026_112-2026-01-17-20-22-40.jpg)