ଓଡ଼ିଶା ଜୁ ଜୁତ୍‌ସୁ ଦଳର ଚେନ୍ନାଇ ଯାତ୍ରା

Advertisment
ଓଡ଼ିଶା ଜୁ ଜୁତ୍‌ସୁ ଦଳର ଚେନ୍ନାଇ ଯାତ୍ରା

ଭୁବନେଶ୍ବର,: ଆସନ୍ତାକାଲିଠାରୁ ୭ ତାରିଖ ପର୍ଯ୍ୟନ୍ତ ଚେନ୍ନାଇରେ ଆୟୋଜିତ ଦକ୍ଷିଣ ଏସୀୟ ରୢାଙ୍କିଙ୍ଗ୍‌ ଓ ଜାତୀୟ ଜୁ ଜୁତ୍‌ସୁ ପ୍ରତିଯୋଗିତା ପାଇଁ ୧୧ ଜଣିଆ ଓଡ଼ିଶା ଦଳ ମଙ୍ଗଳବାର ଯାତ୍ରା କରିଛି। ବିଭିନ୍ନ ବର୍ଗରେ ଅନୁପମା ସ୍ବାଇଁ, ପ୍ରିୟଦର୍ଶିନୀ ଘଟୁଆରୀ, ପୁନିତ ଲେଙ୍କା, ମଧୁପ୍ରିୟା, ଅଂଶୁମାନ ସେଠୀ, ୱାଲ୍‌ଟର ଡାନିଏଲ୍‌, ଶ୍ରୀକାନ୍ତ ଖୁଣ୍ଟିଆ, ଆଶିଷ କୁମାର ରାଉତ, ଏମ୍‌ ଶ୍ରୀକାନ୍ତ ଶେଖର, ଉମା ମାହେଶ୍ବରୀ ରେଡ୍ଡୀ ଓ ରିକି ଭିବୁଦତ୍ତ ପ୍ରତିଦ୍ବନ୍ଦ୍ବିତା କରିବେ। ପ୍ରଥମେ ଜାତୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବା ପରେ ଦକ୍ଷିଣ ଏସୀୟ ରୢାଙ୍କିଙ୍ଗ୍‌ ପ୍ରତି‌ଯୋଗିତାରେ ଭାଗ ନେବେ। ରାଜ୍ୟ ଜୁ ଜୁତ୍‌ସୁ ସଂଘ ପକ୍ଷରୁ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe