ଓଡ଼ିଶା କନିଷ୍ଠ କବାଡ଼ି ଦଳର ରୋହତକ ଯାତ୍ରା

Advertisment
ଓଡ଼ିଶା କନିଷ୍ଠ କବାଡ଼ି ଦଳର ରୋହତକ ଯାତ୍ରା

କଟକ : ରୋହତକରେ ଗୁରୁବାରଠୁ ଆରମ୍ଭ ହେଉଥିବା ଜାତୀୟ କନିଷ୍ଠ କବାଡ଼ି ପ୍ରତିଯୋଗିତା ପାଇଁ ଓଡ଼ିଶା ବାଳକ ଓ ବାଳିକା ଦଳ ଯାତ୍ରା ଆରମ୍ଭ କରିଛି। ଏହି ପ୍ରତିଯୋଗିତା ୧୬ ତାରିଖରେ ଶେଷ ହେବ। ଦେବାଶିଷ ପରିଡ଼ାଙ୍କ ନେତୃତ୍ବାଧିନ ବାଳକ ଦଳ ସହ ପୁପୁନ ମଲ୍ଲିକ ପ୍ରଶିକ୍ଷକ, କେ ମାଧବ ରାଓ ପ୍ରବନ୍ଧକ ଓ ପ୍ରକାଶ ନାୟକ ମ୍ୟାଚ୍‌ ପରିଚାଳନା ଅଧିକାରୀ ଭାବେ ଯାତ୍ରା କରିଛନ୍ତି। ସେହିପରି ସରସ୍ବତୀ ବେହେରାଙ୍କ ନେତୃତ୍ବରେ ଯାଉଥିବା ମହିଳା ଦଳ ସହିତ ମନସ୍ବିନୀ ସାହୁ ପ୍ରଶିକ୍ଷକ, ଗାୟତ୍ରୀ ସେଠୀ ପ୍ରବନ୍ଧକ, ଯଶୋବନ୍ତୀ ବେହେରା ମ୍ୟାଚ୍‌ ପରିଚାଳନା ଅଧିକାରୀ ଦାୟିତ୍ବରେ ରହିଛନ୍ତି।

ବାଳିକା ଦଳ: ଅର୍ପିତା ଖୁଣ୍ଟିଆ, ବିଜୟଲକ୍ଷ୍ମୀ ସାହୁ, ଏଲିସା ପାତ୍ର, ଝୁନି ଦଳେଇ, ସରସ୍ବତୀ ବେଉରା, ଶୁଭଲକ୍ଷ୍ମୀ ବଳ, ମୋନାଲିସା ପୃଷ୍ଟି, ମଧୁସ୍ମିତା ପ୍ରଧାନ, ସରସ୍ବତୀ ବେହେରା, ସୁନନ୍ଦା ଦାସ, ଜ୍ୟୋତି ଦଳେଇ, ପୁଷ୍ପାଞ୍ଜଳି ହେମ୍ବ୍ରମ।

ବାଳକ ଦଳ: ସୁଜିତ ସଏ, ସନ୍ତୋଷ କୁମାର ବାରିକ, ଦେବାଶିଷ ପରିଡ଼ା, କରୁଣାକର ବେହେରା, ରୋମିଓ ର˚ଜନ ମାଝୀ, ଶୁଭ୍ରଜିତ ମହାନ୍ତି, ସୁରେଶ ପ୍ରଧାନ, କେ କାଡ୍ରାକା, ପ୍ରତୀକ ନାୟକ, ସମ୍ବିତ ଷଡ଼ଙ୍ଗୀ, ପ୍ରତ୍ୟୁଷ ଦାସ, ନିର˚ଜନ ବାଚ୍ଛା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe