ଓଡ଼ିଶା ଖୋ‌ ଖୋ ଦଳର ମହାରାଷ୍ଟ୍ର ଯାତ୍ରା

ଓଡ଼ିଶା ଖୋ‌ ଖୋ ଦଳର ମହାରାଷ୍ଟ୍ର ଯାତ୍ରା

ଭୁବନେଶ୍ବର : ୫୫ତମ ବରିଷ୍ଠ ଜାତୀୟ ଖୋ‌ ଖୋ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ (ପୁରୁଷ ଓ ମହିଳା) ଘୋଷିତ ହୋଇଛି। ମହାରାଷ୍ଟ୍ରର ଓସ୍ମାନାବାଦରେ ଚଳିତ ମାସ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବ। ପୁରୁଷ ଦଳର ପ୍ରଶିକ୍ଷକ ରାଜେଶ ରୋଶନ ପ୍ରଧାନ ଓ ପ୍ରବନ୍ଧକ ‌ଦେବୀ ପ୍ରସାଦ ଦାସ ରହିଥିଲା ବେଳେ ମହିଳାରେ ସଂଜୀବ ଶର୍ମା ପ୍ରଶିକ୍ଷକ ଓ ସାବିଲା ଖାତୁନ ପ୍ରବନ୍ଧକ ରହିଛନ୍ତି। ଉଭୟ ଦଳର ଫିଜିଓ ଭାବେ ଶୋଭନ କୁମାର ଗସ୍ତ କରିଛନ୍ତି। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଉଭୟ ଦଳକୁ ଶୁଭକାମନା ଜ୍ଞାପନ କରାଯାଇଛି।

ପୁରୁଷ ଦଳ: ଜଗନ୍ନାଥ ମୁର୍ମୁ, ଲିପୁନ ମୁଖି, ସୁଖନାଥ ସିଂ, ସିଦ୍ଧେଶ୍ବର ଟୁଡ଼ୁ, ଦିବ୍ୟ ରଂଜନ ସିଂ, ଅଜୟ ମାଣ୍ଡ୍ରା, ଅର୍ଜୁନ ସିଂହ, ପବନୀ ଶବର, ସଂଜୀତ ଚାଟମ୍ବା, ଟି ଜଗନ୍ନାଥ ଦାସ, ଦୀପକ କୁମାର ସାହୁ, ଦେବେନ୍ଦ୍ର ନାଥ, ନିରଂଜନ ସାମଲ, ଭରତ ପ୍ରଧାନ, ସନ୍ତୋଷ ପ୍ରଧାନ। ମହିଳା ଦଳ: ପ୍ରିୟଙ୍କା ସିଂହ, ପ୍ରତିମା ଦେ, ରଂଜିତ ବାରିକ, ପୁଷ୍ପା ମାର୍ଣ୍ଡି, ଆଶା ମାର୍ଣ୍ଡି, ନନ୍ଦିତା କୁଜୁର, ଅର୍ଚ୍ଚନା ମାଝୀ, ଶୁଭଶ୍ରୀ ସିଂ, ମଗାଇ ମାଝୀ, ସସ୍ମିତା ନାଥଶର୍ମା, ସ୍ମରଣିକା ସାହୁ, ରୂପାଲି ପ୍ରଧାନ, ଅନନ୍ୟା ପ୍ରଧାନ, ମୋନିକା ନାଏକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe