କ୍ରୀଡ଼ା ପ୍ରୋତ୍ସାହନରେ ଓଡ଼ିଶା ଏକ ନମ୍ବର: ଗୋପୀଚାନ୍ଦ

Advertisment
କ୍ରୀଡ଼ା ପ୍ରୋତ୍ସାହନରେ ଓଡ଼ିଶା ଏକ ନମ୍ବର: ଗୋପୀଚାନ୍ଦ

କ୍ରୀଡ଼ା ପ୍ରୋତ୍ସାହନରେ ଓଡ଼ିଶା ସମଗ୍ର ଦେଶରେ ଏକ ନମ୍ବର। କ୍ରୀଡ଼ାର ବିକାଶ ନେଇ ଏଠାରେ ‌ଯେଉଁ ଗତି ଏବଂ ଯେତେ ସହଜରେ ନିଷ୍ପତ୍ତି ହେଉଛି, ତାହା ମୁଁ ଅନ୍ୟ କେଉଁଠି ଦେଖିନି। ମୁଁ ଏହି ମଞ୍ଚରୁ ଦୃଢ଼ତାର ସହ କହିପାରିବି ଯେ ଓଡ଼ିଶା ଏବେ ଭାରତୀୟ କ୍ରୀଡ଼ା ବିକାଶର ନେତୃତ୍ବ ନେଉଛି। ଏକ ରାଜ୍ୟ ଭାବେ ଓଡ଼ିଶା ଯାହା କରି ଦେଖାଇଛି ତାହା ବିରଳ। ସେଥିପାଇଁ ଓଡ଼ିଶା ସରକାରଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ମୋତେ ଦେଇଥିବା ସହଯୋଗ ଓ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଦେବି। ବ୍ୟାଡ୍‌ମିଣ୍ଟନ୍ ଦ୍ରୋଣାଚାର୍ଯ୍ୟ ପୁଲେଲା ଗୋପୀଚାନ୍ଦ ସୋମବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହାଇପର୍ଫମାନ୍ସ ସେଣ୍ଟର ଉଦ୍‌ଘାଟନ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଏହା କହିଥିଲେ। ବ୍ୟାଡ୍‌ମିଣ୍ଟନ୍‌ ହାଇଫର୍ଫମାନ୍ସ କେନ୍ଦ୍ର ସ୍ଥାପନ ପରେ ଓଡ଼ିଶାରୁ ଅନେକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇ ପାରିବେ ବୋଲି ସେ ଏହି ଅବସରରେ ଆଶା ପ୍ରକାଶ କରିଥିଲେ। ବ୍ୟାଡ୍‌ମିଣ୍ଟନ୍ ହାଇଫର୍ମମାନ୍ସ ସେଣ୍ଟରରେ ବ୍ୟାୟାମଶାଳା, କ୍ୟାଫେଟେରିଆ, କୋର୍ଟ ଆଦି ରହିବ। ଖୁବଶୀଘ୍ର ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଗୋପୀଚାନ୍ଦ ଏହି ଅବସରରେ ସୂଚନା ଦେଇଥିଲେ।
ଭାରତ-ପାକିସ୍ତାନ ମ୍ୟାଚ୍ ନିଷ୍ପତ୍ତି କେନ୍ଦ୍ର ସରକରଙ୍କ ଉପରେ ଛାଡ଼ି ଦିଆଯାଉ: କୁମ୍ବଲେ
ଉଦଘାଟନୀ ସଂଧ୍ୟାର ଅନ୍ୟତମ ଅତିଥି ଭା‌ବେ ଯୋଗ ଦେଇଥିବା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ ମଧ୍ୟ ଓଡ଼ିଶା ଆଗକୁ ଭାରତର କ୍ରୀଡ଼ା କ୍ୟାପିଟାଲ ହେବାକୁ ଯାଉଛି ‌ବୋଲି ଭବିଷ୍ୟବାଣୀ କରିଥିଲେ। ଭାରୋତ୍ତୋଳନ ହାଇପର୍ଫମାନ୍ସ ସେଣ୍ଟର ପାଇଁ ଓଡ଼ିଶାର ୨୫ ଜଣ ଭାରୋତ୍ତୋଳକଙ୍କୁ ଚିହ୍ନଟ କରାଯାଇ ସାରିଛି। ଆଗକୁ ଆଉ ୨୦ ଜଣଙ୍କୁ ଏଥିରେ ସାମିଲ କରାଯିବ ବୋଲି କୁମ୍ବଲେ ମତ ରଖିଥିଲେ। ଭାରତ-ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍ ଉପରେ ନିଜ ପ୍ରତିକ୍ରିୟା ପ୍ରକାଶ କରି କୁମ୍ବଲେ କହିଥିଲେ ଯେ ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ ଛାଡ଼ି ଦିଆଯାଉ। ସରକାର ଯାହା ନିଷ୍ପତ୍ତି ନେବେ ସମସ୍ତେ ଏହାକୁ ମାନିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe