ଶ୍ରୀଲଙ୍କା ଗସ୍ତରେ ଓଡ଼ିଶା ଆଗୁଆ

Advertisment

ଶ୍ରୀଲଙ୍କା ଗସ୍ତ କରିଥିବା ଓଡ଼ିଶା ଦଳ ପ୍ରଥମ ତ୍ରିଦିବସୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଇମର୍ଜିଂ ଦଳକୁ ଭେଟିଛି। କଲମ୍ବୋସ୍ଥିତ ବ୍ଲୁମ୍‌ଫିଲଡ୍‌ କ୍ରିକେଟ ଆଣ୍ଡ୍ ଆଥ୍‌ଲେଟିକ କ୍ଲବ୍‌ରେ ଚାଲିଥିବା ଏହି ମ୍ୟାଚ୍‌ରେ ଦ୍ବିତୀୟ ଦିନ ସୁଦ୍ଧା ଓଡ଼ିଶା ଦଳ ୧୭୮ରନ୍‌ରେ ଆଗୁଆ ରହିଛି।

22dggdgg

କଟକ: ଶ୍ରୀଲଙ୍କା ଗସ୍ତ କରିଥିବା ଓଡ଼ିଶା ଦଳ ପ୍ରଥମ ତ୍ରିଦିବସୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଇମର୍ଜିଂ ଦଳକୁ ଭେଟିଛି। କଲମ୍ବୋସ୍ଥିତ ବ୍ଲୁମ୍‌ଫିଲଡ୍‌ କ୍ରିକେଟ ଆଣ୍ଡ୍ ଆଥ୍‌ଲେଟିକ କ୍ଲବ୍‌ରେ ଚାଲିଥିବା ଏହି ମ୍ୟାଚ୍‌ରେ ଦ୍ବିତୀୟ ଦିନ ସୁଦ୍ଧା ଓଡ଼ିଶା ଦଳ ୧୭୮ରନ୍‌ରେ ଆଗୁଆ ରହିଛି। ଟସ୍ ଜିତି ପ୍ର‌ଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଓଡ଼ିଶା ପ୍ରଥମ ପାଳିରେ ୧୮୮ ରନ୍‌ କରିଥିଲା। ସ୍ୱସ୍ତିକ୍‌ ସାମଲ ୪୫ ରନ, ରାଜେଶ ମହାନ୍ତି ୪୩ ରନ୍‌ ସ୍କୋର କରିଥିଲେ।

ଶ୍ରୀଲଙ୍କା ଏମର୍ଜିଂ ଦଳ ପକ୍ଷରୁ ମେଲନ ହାଁସକା ୪ ୱିକେଟ ଅକ୍ତିଆର କରିଥିଲେ। ଶ୍ରୀଲଙ୍କା ପ୍ରଥମ ପାଳିରେ ୧୫୪ ରନ୍‌ କରିଥିଲା। ଓଡ଼ିଶାର ସୁମିତ ଶର୍ମା ୬୫ ରନ୍‌ ବିନିମୟରେ ୬ ୱିକେଟ୍‌ ଅକ୍ତିଆର କରିଥିଲେ। ଶୁକ୍ରବାର ଷ୍ଟମ୍ପ୍ସ ଅପସାରଣ ବେଳକୁ ଓଡ଼ିଶା ୯ ୱିକେଟ ହରାଇ ୧୪୪ ରନ୍‌ ସ୍କୋର କରିଛି। ସନ୍ଦୀପ ପଟ୍ଟନାୟକ ୪୫ ରନ୍‌ ଓ ଶୁଭ୍ରାଂଶୁ ସେନାପତି ୨୬ ରନ୍‌ କରିଛନ୍ତି। ଶ୍ରୀଲଙ୍କାର ଅଲ୍‌ରାଉଣ୍ଡର ରଭିନ୍ଦୁ ଫର୍ଣ୍ଣାଣ୍ଡୋ ୩ ୱିକେଟ୍‌ ଅକ୍ତିଆର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe