ଓଡ଼ିଶା ମାଷ୍ଟର୍ସ ଉଦ୍‌ଘାଟିତ: ହର୍ଷିତା, ଅଭିଜିତ୍‌-ଅମ୍ରିତ ବିଦା

Advertisment

ବିଡବ୍ଲୁଏଫ୍‌ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ‘ଓଡ଼ିଶା ମାଷ୍ଟର୍ସ’ ମଙ୍ଗଳବାର କଟକର ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ଦିବସରେ ଓଡ଼ିଶା ଖେଳାଳିଙ୍କ ଚମକ ଦେଖିବାକୁ ମିଳିନି।

ବିଡବ୍ଲୁଏଫ୍‌ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ‘ଓଡ଼ିଶା ମାଷ୍ଟର୍ସ’ ମଙ୍ଗଳବାର କଟକର ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ଦିବସରେ ଓଡ଼ିଶା ଖେଳାଳିଙ୍କ ଚମକ ଦେଖିବାକୁ ମିଳିନି।

ggdddda

କଟକ: ବିଡବ୍ଲୁଏଫ୍‌ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ‘ଓଡ଼ିଶା ମାଷ୍ଟର୍ସ’ ମଙ୍ଗଳବାର କଟକର ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ଦିବସରେ ଓଡ଼ିଶା ଖେଳାଳିଙ୍କ ଚମକ ଦେଖିବାକୁ ମିଳିନି। ମହିଳା ଏକକ  ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଆ ଝିଅ ହର୍ଷିତା ରାଉତ କଡ଼ା ସଂଘର୍ଷ କରି ୨୧-୧୪, ୧୦-୨୧, ୧୩-୨୧ରେ ଭାରତର‌ ଫ୍ଲୋରା ଇଂଜିନିୟରଙ୍କଠୁ ହାରି ବିଦାୟ ନେଇଛନ୍ତି। ପୁରୁଷ ଯୁଗଳ ଯୋଗ୍ୟତା ପର୍ଯ୍ୟାୟରୁ ମଧ୍ୟ ଓଡ଼ିଆ ଯୋଡ଼ି ଅଭିଜିତ ମହାରଣା ଓ ଅମ୍ରିତ ମହାନ୍ତି ବିଦାୟ ନେଇଛନ୍ତି। ଏହି ଯୋଡ଼ି ୧୮-୨୧, ୭-୨୧ରେ ନିଜ ଦେଶର ଆର୍ଯ୍ୟ ଠାକୁର ଓ ଧ୍ରୁବ ଠାକୁରଙ୍କଠୁ ପରାସ୍ତ ହୋଇଛନ୍ତି। 

ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୌସ୍, କ୍ରୀଡ଼ା ସଚିବ ଭାସ୍କରଜ୍ୟୋତି ଶର୍ମା, ପ୍ରତିଯୋଗିତାର ମୁଖ୍ୟ ପରିଚାଳନା ଅଧିକାରୀ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ଡିସିପି ଜଗମୋହନ ମୀନା, ଓଡ଼ିଶା ହକି ବିକାଶ ପରିଷଦ ଅଧ୍ୟକ୍ଷ ଦୀପଙ୍କର ମହାପାତ୍ର ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ତୃତୀୟ ଥର ପାଇଁ କଟକରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତ ସହ ଜାପାନ, ଇଣ୍ଡୋନେସିଆ, ଚୀନ, ଡେନ୍‌ମାର୍କ, ବୁଲ୍‌ଗେରିଆ ଆଦି ୨୯ଟି ଦେଶର ୩ ଶହ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତା ଚଳିତ ମାସ ୧୫ ତାରିଖରେ ଉଦ୍‌ଯାପିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe