ବଅଁରପାଳ: ପିଏସ୍ଏସ୍ଜେ କଲେଜ ଖେଳ ପଡ଼ିଆରେ ଆୟୋଜିତ ୧୫ତମ ଜାତୀୟ ପୂର୍ବାଞ୍ଚଳ ନେଟ୍ବଲ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ମହିଳା ବିଭାଗରେ ବିହାର ବିଜେତା, ଓଡ଼ିଶା ଉପବିଜେତା ଓ ଝାଡ଼ଖଣ୍ଡ ତୃତୀୟ ସ୍ଥାନରେ ରହିଥିଲା। ପୁରୁଷରେ ଓଡ଼ିଶା ବିଜେତା, ବିହାର ଉପବିଜେତା ଓ ପଶ୍ଚିମବଙ୍ଗ ତୃତୀୟ ସ୍ଥାନ ଅଧିକାର କରିଛି। ଉଦ୍ଯାପନୀ ଉତ୍ସବରେ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ।
ଜାତୀୟ ପୂର୍ବାଞ୍ଚଳ ନେଟ୍ବଲ୍, ଓଡ଼ିଶା ପୁରୁଷ ବିଜେତା, ମହିଳା ଉପବିଜେତା
Advertisment
Follow Us