ଓଡ଼ିଶା ଓପନ୍‌: କବୀରଙ୍କୁ ୨ ଟ୍ରଫି

ଓଡ଼ିଶା ଓପନ୍‌: କବୀରଙ୍କୁ ୨ ଟ୍ରଫି

ଭୁବନେଶ୍ବର: ସ୍ଥାନୀୟ ଭୁବନେଶ୍ବର କ୍ଲବ୍‌ ଟେନିସ କମ୍ପ୍ଲେକ୍ସରେ ଆୟୋଜିତ କେଡିଟିଏ ଓଡ଼ିଶା ଓପନ୍‌ ଟେନିସ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ କବୀର ହଂସ ଉଭୟ ଏକକ ଓ ଯୁଗଳରେ ବିଜେତା ହୋଇ ଦ୍ବିମୁକୁଟ କରାୟତ୍ତ କରାୟତ୍ତ କରିଛନ୍ତି। ଏକକ ଫାଇନାଲ୍‌ରେ କବୀର ୬-୨, ୬-୦ ସେଟ୍‌ରେ ପ୍ରତ୍ୟୁଷ ମହାନ୍ତିଙ୍କୁ ପରାସ୍ତ କରିଥିଲେ। ଯୁଗଳରେ ପ୍ରତ୍ୟୁଷଙ୍କୁ ସାଥୀ କରି ସେ ୨-୬, ୬-୩, ୧୧-୯ ସେଟ୍‌ରେ ସତୀର୍ଥ ପଟ୍ଟନାୟକ ଓ ଦେବାଶିଷ ସାହୁଙ୍କୁ ହରାଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ (ଆଇଏଏସ୍‌), କେଡିଟିଏ ସଭାପତି ମଧୁସୁଦନ ପାଢ଼ୀ (ଆଇଏଏସ୍‌), ଶିଳ୍ପପତି ଜଗଦାନନ୍ଦ ମହାପାତ୍ର, ପ୍ରତିଯୋଗିତା ନିର୍ଦେଶକ ଅନୁପ ନାୟକ (ଆଇଏଫ୍‌ଏସ୍‌), କେଡିଟିଏ ସମ୍ପାଦକ ଅସିତ ପ୍ରଧାନ, ସୋଭେନିର ସମ୍ପାଦକ ମାନସ ରଂଜନ ଦାସ, କ୍ରୀଡ଼ା ଭାରତୀ ସଭାପତି ଦାମୋଦର ପ୍ରଧାନି, ପ୍ରତିଯୋଗିତାର ରେଫରି ଯତୀନ ବତ୍ସ୍ୟ ପ୍ରମୁଖ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe