ବିଜୟ ଖାତା ଖୋଲିଲା ଓଡ଼ିଶା, କେରଳ ବ୍ଲାଷ୍ଟର୍ସକୁ ୪-୨ରେ ହରାଇଲା

Advertisment
ଇତିହାସ ରଚିଲା ହାଇଦ୍ରାବାଦ: ପ୍ରଥମ ଥର ଫାଇନାଲ୍‌ରେ

East Coast Daily English

ଭୁବନେଶ୍ବର: ଓଡ଼ିଶା ଏଫ୍‌ସି ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଗୁରୁବାର ବହୁ ପ୍ରତୀକ୍ଷିତ ବିଜୟ ଖାତା ଖୋଲିଛି। ଚଳିତ ଋତୁର ୫୦ତମ ମ୍ୟାଚ୍‌ରେ ଏହ‌ି ଭୁବନେଶ୍ବର ଦଳ ୪-୨ ଗୋଲ୍‌ରେ କେରଳ ବ୍ଲାଷ୍ଟର୍ସ ଏଫ୍‌ସିକୁ ହରାଇ ପ୍ରଥମ ଥର ପୂରା ୩ ପଏଣ୍ଟ କରାୟତ୍ତ କରିଛି। ଫଳରେ ଓଡ଼ିଶା ୯ ମ୍ୟାଚ୍‌ରୁ ପ୍ରଥମ ବିଜୟ ଓ ୨ ଅମୀମାଂସିତରୁ ୫ ପଏଣ୍ଟ୍‌ ପାଇଁ ପୂର୍ବପରି ତାଲିକାର ଶେଷ ସ୍ଥାନରେ ରହିଛି। ଅନ୍ୟପକ୍ଷରେ କେରଳ ୯ ମ୍ୟାଚ୍‌ରେ ୧ ବିଜୟ ଓ ୩ ଅମୀମାଂସିତରୁ ୬ ପଏଣ୍ଟ୍‌ ପାଇ ଓଡ଼ିଶାଠୁ ଗୋଟିଏ ସ୍ଥାନ ଉପରେ ରହିଛି।

ଗୋଆର ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମ‌ରେ ଖେଳାଯାଇଥିବା ଗୁରୁବାର ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ଜୋର୍ଡାନ ମୁରେଙ୍କ ଗୋଲ୍‌ ବଳରେ କେରଳ ବ୍ଲାଷ୍ଟର୍ସ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ କେରଳ ବ୍ଲାଷ୍ଟର୍ସର ଜ୍ୟାକ୍‌ସନ୍‌ ସିଂହ (୨୨ ମିନିଟ୍‌)ଙ୍କ ଆତ୍ମଘାତୀ ଗୋଲ୍‌ ସ୍ଥିତି ସମାନ କରିଦେଇଥିଲା। ୪୨ତମ ମିନିଟ୍‌ରେ ଜେରି ମାୱିମିଙ୍ଗଥାଙ୍ଗାଙ୍କ ଏକ ସୁନ୍ଦର ପାସ୍‌କୁ ଅଧିନାୟକ ଷ୍ଟିଭେନ୍‌ ଟେଲର କେରଳ ଗୋଲ୍‌ ପୋଷ୍ଟ୍‌କୁ ସଫଳତାର ସହ ପଠାଇ ଓଡ଼ିଶାକୁ ପ୍ରଥମାର୍ଧରେ ୨-୧ରେ ଆଗୁଆ କରାଇଥିଲେ। ଦ୍ବିତୀୟାର୍ଧରେ ବ୍ରାଜିଲୀୟ ତାରକା ଡିଏଗୋ ମୌରିସିଓ (୫୦ ମିନିଟ୍‌) ଜେରି ଆଉ ଏକ ସୁନ୍ଦର ପାସ୍‌କୁ ଗୋଲ୍‌ରେ ପରିଣତ କରି ସ୍ଥିତି ୩-୧ କରିଥିଲେ। ଏହାର ୧୦ ମିନିଟ୍‌ ପରେ ମୌରିସିଓ (୬୦ ମିନିଟ୍‌) ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ଦଳକୁ ୪-୧ରେ ଆଗୁଆ କରିଥିଲେ। ‌ଏହି ଗୋଲ୍‌ରେ ନନ୍ଦ କିଶୋର ସେକରଙ୍କ ସହାୟତା ରହିଥିଲା। ତେବେ ୭୯ ମିନିଟ୍‌ରେ କେରଳର ଗ୍ୟାରି ହୁପର ଗୋଟିଏ ଗୋଲ୍‌ ଶୁଝି ପରାଜୟ ବ୍ୟବଧାନକୁ ସାମାନ୍ୟ କମାଇଥିଲେ। ମୌରିସିଓ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ଜେରି ପାସ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର କରାୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe