ଭୁବନେଶ୍ବର: ଆସନ୍ତା ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଔରଙ୍ଗାବାଦଠାରେ ସର୍ବଭାରତୀୟ ଟାଏକୋଣ୍ଡୋ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିରେ ଉଭୟ କ୍ୟୁରୋଗୀ ଓ ପୁମ୍ସେ ଖେଳାଳିମାନେ ଅଂଶ ଗ୍ରହଣ କରିବେ। ଏହି ଅବସରରେ ପ୍ରଥମ ଥର ଲାଗି ଖେଳାଳିମାନଙ୍କର ସର୍ବଭାରତୀୟ ମାନ୍ୟତା ସୃଷ୍ଟି କରାଯିବ। ସର୍ବଭାରତୀୟ ଚୟନ ପ୍ରକ୍ରିୟାରେ ସାମିଲ ହେବାକୁ ଓଡ଼ିଶାର ୧୫ ଜଣଙ୍କ ନାମ ଘୋଷଣା କରାଯାଇଛି। ସେମାନେ ହେଲେ ସତ୍ୟପ୍ରକାଶ ମହାନ୍ତି, ମଧୁସ୍ମିତା ମହାନ୍ତି, ଜଗନ୍ନାଥ ବେହେରା, ଏସ୍ ସମରଜିତ ଚକ୍ର, ସାସ୍ବତୀ ନାୟକ, ହରପ୍ରିୟା ମହାକୁଡ଼, ଶିଲା ଦାସ, ଆକାଶଦୀପ ପଣ୍ଡିତ, ଅଖିଳ ପରିଡ଼ା, ଭବାନୀଶଙ୍କର ମହାନ୍ତ, ସାହିଲ ସୌରଭ ସିଂହ, ସ୍ବଦେଶ ରଞ୍ଜନ ରାଉତ, ଭାଗୀରଥି କର, ପ୍ରକାଶ କୁମାର ଦିଗଲ, ତୁଷାର କୁମାର ଦିଗଲ। ଏହି ଖେଳାଳିମାନେ ମୁଖ୍ୟ ପ୍ରଶିକ୍ଷକ ରାଜେଶ କୁମାର ଜେନାଙ୍କ ସହ ଔରଙ୍ଗାବାଦ ଯାତ୍ରା କରିଛନ୍ତି। ରାଜ୍ୟ ଟାଏକୋଣ୍ଡୋ ସଂଘର ମୁଖ୍ୟ ଗୋପାଳ ଚନ୍ଦ୍ର ରାୟ, ଅଧ୍ୟକ୍ଷ ଡଃ ହରିପ୍ରସାଦ ପଟ୍ଟନାୟକ, ଉପଦେଷ୍ଠା ଦେବେନ୍ଦ୍ର କୁମାର ସାହୁ, ସଭାପତି ସୁନ୍ଦରମଣୀ ପଟେଲ, ସଂପାଦକ ଚିନ୍ମୟ ବେହେରା ଖେଳାଳିଙ୍କୁ ଶୁଭକାମନା ଜଣାଇଛନ୍ତି।
ସର୍ବଭାରତୀୟ ଟାଏକୋଣ୍ଡୋ ଚୟନ ପ୍ରକ୍ରିୟାରେ ଭାଗନେବାକୁ ଓଡ଼ିଶା ଖେଳାଳିଙ୍କ ଔରଙ୍ଗାବାଦ ଯାତ୍ରା
Advertisment
Follow Us