ପ୍ରଥମ ମ୍ୟାଚ୍‌ ଜିତି ସେମିରେ ଓଡ଼ିଶା ପୁଲିସ

Advertisment

ଭୂତିଆ ସ୍ମାରକୀ ମହିଳା ଫୁଟ୍‌ବଲ୍‌

ଭୂତିଆ ସ୍ମାରକୀ ମହିଳା ଫୁଟ୍‌ବଲ୍‌

ପ୍ରଥମ ମ୍ୟାଚ୍‌ ଜିତି ସେମିରେ ଓଡ଼ିଶା ପୁଲିସ

ନାଲକୋନଗର: ନାଲକୋନଗର ବିଜୁ ପଟ୍ଟନାୟକ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ସୋମବାର ସର୍ବଭାରତୀୟ ମହିଳା ଭୂତିଆ ସ୍ମାରକୀ ଫୁଟ୍‌ବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ପ୍ରଥମ ମ୍ୟାଚ୍‌ରେ ରାୟପୁର (ଡିଏଫଏ)କୁ ୨-୦ ଗୋଲ୍‌ରେ ପରାସ୍ତ କରି ଓଡ଼ିଶା ପୁଲିସ (କଟକ) ଦଳ ସେମିଫାଇନାଲରେ ପ୍ରବେଶ କରିଛି। ପୁଲିସ ଦଳର ସସ୍ମିତା ଏକ୍କା ୧୭ ମିନିଟ୍‌ରେ ପ୍ରଥମ ଏବଂ ମେନକା ମଲ୍ଲିକ ୨୨ ମିନିଟ୍‌ରେ ଦ୍ବିତୀୟ ଗୋଲ୍‌ ଦେଇଥିଲେ। ମନୀଷ ଟୋପ, ଶୀତଲ ଗୁରୁଙ୍ଗ, ଅରୁଣ ନାୟକ, ଜିତୁରଞ୍ଜନ ସ୍ୱାଇଁ ଖେଳ ପରିଚାଳନା କରିଥିଲେ। ମଙ୍ଗଳବାର ସିଲିଗୁରି (ଏସ୍.ଏସ୍.ବି) ଓ ପୂର୍ବତଟ ରେଳବାଇ (ଭୁବନେଶ୍ବର) ଖେଳ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe