Advertisment

Cricket: ସିକେ ନାୟୁଡୁ ଟ୍ରଫି: ଓଡ଼ିଶାର ବିଜୟ ସମ୍ଭାବନା

Advertisment

ସମ୍ବଲପୁରର ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ସିକେ ନାୟୁଡୁ ଟ୍ରଫି ୨୩ ବର୍ଷରୁ କମ୍ କ୍ରିକେଟ୍‌ ପ୍ରତିଯୋଗିତାର ହରିୟାଣା ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ବିଶାଳ ସ୍କୋର୍‌ ଛିଡ଼ା କରିବା ସହ ବିଜୟ ସମ୍ଭାବନା ସୃ‌ଷ୍ଟି କରିଛି। ହରିୟାଣାର ୨୭୬ ରନ୍‌ ପ୍ରଥମ ପାଳି ଜବାବରେ...

ସମ୍ବଲପୁରର ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ସିକେ ନାୟୁଡୁ ଟ୍ରଫି ୨୩ ବର୍ଷରୁ କମ୍ କ୍ରିକେଟ୍‌ ପ୍ରତିଯୋଗିତାର ହରିୟାଣା ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ବିଶାଳ ସ୍କୋର୍‌ ଛିଡ଼ା କରିବା ସହ ବିଜୟ ସମ୍ଭାବନା ସୃ‌ଷ୍ଟି କରିଛି। ହରିୟାଣାର ୨୭୬ ରନ୍‌ ପ୍ରଥମ ପାଳି ଜବାବରେ...

c

ଭୁବନେଶ୍ବର: ସମ୍ବଲପୁରର ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ସିକେ ନାୟୁଡୁ ଟ୍ରଫି ୨୩ ବର୍ଷରୁ କମ୍ କ୍ରିକେଟ୍‌ ପ୍ରତିଯୋଗିତାର ହରିୟାଣା ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ବିଶାଳ ସ୍କୋର୍‌ ଛିଡ଼ା କରିବା ସହ ବିଜୟ ସମ୍ଭାବନା ସୃ‌ଷ୍ଟି କରିଛି। ହରିୟାଣାର ୨୭୬ ରନ୍‌ ପ୍ରଥମ ପାଳି ଜବାବରେ ଓଡ଼ିଶା ଦ୍ବିତୀୟ ଦିନ ସୁଦ୍ଧା ୯ ୱିକେଟ୍‌ ହରାଇ ୬୧୪ ରନ୍‌ ସଂଗ୍ରହ କରି ପାଳି ଘୋଷଣା କରିଥିଲା।ସୂଜଲ କୁମାର ସିଂହ (୧୫୬ ରନ୍‌), ଶ୍ରେୟାଂଶ ଭରଦ୍ବାଜ (୧୨୧ ରନ୍)ଙ୍କ ଶତକ ପରେ ଆଶୀର୍ବାଦ ସ୍ବାଇଁ (୮୨),ଓମ୍‌ ଟି ମୁଣ୍ଡେ (୬୭), ସାଇଦୀପ ମହାପାତ୍ର (୬୫) ଅର୍ଦ୍ଧଶତକ ହାସଲ କରିଥିଲେ।

ଆହୁରି ପଢ଼ନ୍ତୁ: Sundargarh: ବାହାର ଠିକାଦାରଙ୍କୁ ସୁନ୍ଦରଗଡ଼ ମନା

ଜବାବରେ ତୃତୀୟ ଦିନ ଶେଷ ସୁଦ୍ଧା ହରିୟାଣା ୪ ୱିକେଟ୍‌ରେ ୧୨୬ ରନ୍‌ କରିଛି। ଆଶୁତୋଷ ମାର୍ଣ୍ଡି, ସୟଦ ତୁଫାଇଲ୍‌ ଅହମ୍ମଦ, ସାଇଦୀପ ମହାପାତ୍ର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି। ଜଣେ ରନ୍‌ ଆଉଟ୍ ଏବଂ ଅନ୍ୟ ଜଣେ ବ୍ୟାଟର୍‌ ରିଟାର୍ଡ ହର୍ଟ ହୋଇଥିବାରୁ ହରିୟାଣା ଚାପରେ ପଡ଼ିଛି। ଏବେ ବି ଓଡ଼ିଶା ହାତରେ ୨୧୨ ରନ୍‌ ଅଗ୍ରଣୀ ରହିଛି। ସୋମବାର ଚତୁର୍ଥ ଦିନରେ ଓଡ଼ିଶା ବୋଲର୍‌ ଅବଶିଷ୍ଟ ୬ ୱିକେଟ୍‌ ନେଇପାରିଲେ ବିଜୟୀ ହେବ। ହରିୟାଣା ନିଶ୍ଚିତ ଦିନତମାମ ବ୍ୟାଟିଂ କରି ଡ୍ର’ ଲକ୍ଷ୍ୟରେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe