ଓଡ଼ିଶା ପ୍ରୋ ଟ୍ବେଣ୍ଟି-୨୦ ଲିଗ୍ ଉଦ୍‌ଘାଟିତ: ଘଣ୍ଟିବଜାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଖେଳାଳି ଓ ଆୟୋଜକଙ୍କୁ ଉତ୍ସାହିତ କଲେ ଇର୍ଫାନ

ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ଓ ଆରିଭା ‌ସ୍ପୋର୍ଟ୍ସ ମିଳିତ ଉଦ୍ୟମରେ ଆୟୋଜିତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍‌) ବୁଧବାର ସଂଧ୍ୟାରେ ବାରବାଟୀ ଷ୍ଟାଡିୟମ‌୍‌ରେ ଉଦ୍‌ଘାଟିତ ହୋଇଛି।

shfsshfhfshf

କଟକ: ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ଓ ଆରିଭା ‌ସ୍ପୋର୍ଟ୍ସ ମିଳିତ ଉଦ୍ୟମରେ ଆୟୋଜିତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍‌) ବୁଧବାର ସଂଧ୍ୟାରେ ବାରବାଟୀ ଷ୍ଟାଡିୟମ‌୍‌ରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ‘ଓପିଟିଏଲ୍’ ଟ୍ରଫି ଅନାବରଣ କରିବା ସହ ଘଣ୍ଟି ବଜାଇ ଖେଳର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି, ଆୟୋଜକ ‘ଓସିଏ’ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ପ୍ରତିଯୋଗିତା ଓଡ଼ିଶା କ୍ରିକେଟ୍‌କୁ ଆଗକୁ ନେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଓପିଟିଏଲ୍ ବ୍ରାଣ୍ଡ ଆମ୍ବାସଡର୍‌ ଇର୍ଫାନ ପଠାନ୍, ସମ୍ମାନିତ ଅତିଥି ଭାବେ ଚୌଦ୍ବାର-କଟକ ବିଧାୟକ ‌ସୌଭିକ୍ ବିଶ୍ବାଳ, ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଓଡ଼ିଶା ଫୁଟବଲ ସଂଘ (ଫାଓ) ସଂପାଦକ ଆଶୀର୍ବାଦ ବେ‌ହେରା, ‘ଓସିଏ’ ସଂପାଦକ ସଞ୍ଜୟ ବେହେରା, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ପୁଲିସ କମିସନର ଏସ୍‌ ଦେବଦତ୍ତ ସିଂହ, ଫାୟାର ଡିଜିପି ସୁଧାଂଶୁ ଷଡ଼ଙ୍ଗୀ, ଆରିଭା ସ୍ପୋର୍ଟସର କ୍ଷୀତିଜ ଗୁପ୍ତା ଏବଂ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଟାଇଗର୍ସ, କଟକ ପାନ୍ଥର୍ସ, କେନ୍ଦୁଝର ମାଇନର୍ସ, ପୁରୀ ଟାଇଟାନ୍ସ, ରାଉରକେଲା ଷ୍ଟିଲର୍ସ, ସମ୍ବଲପୁର ୱାରିଅର୍ସ ଦଳର ଅଧିନାୟକ ଓ ସେମାନଙ୍କର ସମର୍ଥକ ଉପସ୍ଥିତ କରିଥିଲେ। ମ୍ୟାଚ୍ ଆରମ୍ଭ ପୂର୍ବରୁ ବଲିଉଡ୍ ତାରକାଙ୍କ ସମେତ ଋତୁରାଜ ମହାନ୍ତି, ନକାସ୍ ଅଜିଜ୍, ଚିତ୍ରାଙ୍ଗଦା ସିଂହ ପ୍ରମୁଖ ଦେଢ଼ ଘଣ୍ଟା ଧରି ନୃତ୍ୟ, ସଂଗୀତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ‘ଓସିଏ’ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଓ ବ୍ରାଣ୍ଡ୍‌ ଆମ୍ବାସଡର ଇର୍ଫାନ୍ ପଠାନଙ୍କୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମେତ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe