ଓଡ଼ିଶା ରଣଜୀ ଟିମ୍‌ ଘୋଷିତ; ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକ ଦାୟିତ୍ବ, ପଦାର୍ପଣ କରିବେ ଅଂଶୁମାନ ରଥ

Advertisment
ଓଡ଼ିଶା ରଣଜୀ ଟିମ୍‌ ଘୋଷିତ; ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକ ଦାୟିତ୍ବ, ପଦାର୍ପଣ କରିବେ ଅଂଶୁମାନ ରଥ

କଟକ: ଓଡ଼ିଶା ରଣଜୀ ଟିମ ଘୋଷିତ ହୋଇଛି। ଓଡିଶା କ୍ରିକେଟ ସଂଘ ଆଜି ୨୦ ଜଣିଆ ଓଡିଶା ଟିମ ଘୋଷଣା କରିଛି। ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକ ଦାୟିତ୍ବ ମିଳିଛି। ଓଡ଼ିଶା ଦଳରେ ଉଭୟ ଯୁବ ଓ ଅଭିଜ୍ଞ ଖେଳାଳି ଅଛନ୍ତି। ଗ୍ରୁପରେ ‘ଡି’ରେ ରହିଛି ଓଡିଶା। ସୌରଷ୍ଟ୍ର , ମୁମ୍ବାଇ ଓ ଗୋଆ ଭଳି ଶକ୍ତିଶାଳୀ ଟିମ ଗୋଟିଏ ଗ୍ରୁପରେ ରହିଥିବାରୁ ଏହି ସିଜିିନ ଓଡିଶା ପାଇଁ ରହିବ ଟପ । କେବେ ଠୁ ମ୍ୟାଚ ଆରମ୍ଭ ହେବ ତାହା ସ୍ପଷ୍ଟ କରିନି ବିସିସିଆଇ। ବିଜୟ ହଜାରେ ଟ୍ରଫିରେ ଓଡିଶା ବେଶ ଭଲ ପଦର୍ଶନ କରିଥିଲା।

ସୂଚନାଯୋଗ୍ୟ ଦୁଇ ବର୍ଷ ପରେ ପୁଣି ଥରେ ରଣଜୀ ସିଜିନ ଫେରିଛି। ଏହାସହ ୱାସିମ୍‌ ଜାଫର ମୁଖ୍ୟ କୋଚ୍ ଥିବାରୁ ଓଡିଶା ଏହି ସିଜିନ ଭଲ ପଦର୍ଶନ କରିବ ବୋଲି ମୁଖ୍ୟ ଚୟନକର୍ତ୍ତା ପ୍ରଭଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି। କୋଭିଡ ସମୟରେ ଝାରଖଣ୍ଡ ସହ ଓଡ଼ିଶା ୪ଟି ଅଭ୍ୟାସ ମ୍ୟାଚ ଖେଳିଥିଲା। ଦଳରେ ୪ ଜଣ ଓପନର ଦୁଇ ଜଣ ୱିକେଟ୍‌କିପିର ରହିଛନ୍ତି । ଅଂଶୁମାନ ରଥ ପ୍ରଥମ ଥର ପାଇଁ ରଣଜୀ ମୈଦାନରେ ନଜର ଆସିବେ। ତେବେ ବୋଲିଂ ଦିଗରେ ଭେଟରାନ ବସନ୍ତ ମହାନ୍ତି ମଧ୍ୟ ଦଳରେ ରହିଛନ୍ତି । ୨୦୦୯-୧୦ ରେ ବେଙ୍ଗଲଠୁ କ୍ୱାଟରରେ ହାରିଥିଲା ଓଡିଶା। କିନ୍ତୁ ଚଳିତବର୍ଷ ଟିମ ଭଲ ପଦର୍ଶନ କରିବା ନେଇ ଓସିଏ ଆଶା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe