ଓଡ଼ିଶା ଭାରତୀୟ ‘ଖୋ ଖୋ’ର ପ୍ରାୟୋଜକ: ୩ ବ‌ର୍ଷରେ ଖର୍ଚ୍ଚ ହେବ ୧୫ କୋଟି

Advertisment

ଓଡ଼ିଶା ସରକାର ପୂର୍ବରୁ ଜ‌ାତୀୟ ହକିର ପ୍ରାୟୋଜକ ଅଛନ୍ତି ୨୦୩୬ ମସିହା ପର୍ଯ୍ୟନ୍ତ। ଏବେ ଏହି ଧାରାରେ ଯୋଡ଼ି ହୋଇଛି ଦେଶର ଅନ୍ୟତମ ପୁରାତନ ତଥା ପାରମ୍ପରିକ‌ ଖେଳ ଖୋ ଖୋ।

ଓଡ଼ିଶା ସରକାର ପୂର୍ବରୁ ଜ‌ାତୀୟ ହକିର ପ୍ରାୟୋଜକ ଅଛନ୍ତି ୨୦୩୬ ମସିହା ପର୍ଯ୍ୟନ୍ତ। ଏବେ ଏହି ଧାରାରେ ଯୋଡ଼ି ହୋଇଛି ଦେଶର ଅନ୍ୟତମ ପୁରାତନ ତଥା ପାରମ୍ପରିକ‌ ଖେଳ ଖୋ ଖୋ।

dddfdf

ଭୁବନେଶ୍ୱର: ଓଡ଼ିଶା ସରକାର ପୂର୍ବରୁ ଜ‌ାତୀୟ ହକିର ପ୍ରାୟୋଜକ ଅଛନ୍ତି ୨୦୩୬ ମସିହା ପର୍ଯ୍ୟନ୍ତ। ଏବେ ଏହି ଧାରାରେ ଯୋଡ଼ି ହୋଇଛି ଦେଶର ଅନ୍ୟତମ ପୁରାତନ ତଥା ପାରମ୍ପରିକ‌ ଖେଳ ଖୋ ଖୋ। ଫଳରେ ଦେଶରେ ଖୋ ଖୋ ପାଇଁ ଆସିଯାଇଛି ସୁବର୍ଣ୍ଣ ସମୟ। ଓଡ଼ିଶା ସରକାର ଏହି ଖେଳକୁ ୩ ବର୍ଷ ପାଇଁ ଯୋଗାଇ ଦେବେ ପ୍ରୋତ୍ସାହନ। ବର୍ଷକୁ ୫ କୋଟି ଟଙ୍କାର ପ୍ରାୟୋଜକ ସହିତ ୩ ବର୍ଷ ପାଇଁ ମୋଟ ୧୫ କୋଟି ଖର୍ଚ୍ଚ କରିବେ ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏହି ଐତିହାସିକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ୨୦୨୫ ଜାନୁଆରିରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ‘ଖୋ ଖୋ’ ଜାତୀୟ ଦଳର ପ୍ରା‌ୟୋଜକ ରହିବେ। ମୋଟ ୧୫ କୋଟି ଟଙ୍କାର ଏହି ଅର୍ଥ ରାଶି ରାଜ୍ୟର ଅଗ୍ରଣୀ ସରକାରୀ ଉଦ୍ୟୋଗ ଓଏମ୍‌ସି (ଓଡିଶା ଖଣି ନିଗମ) ପକ୍ଷରୁ ପ୍ରଦାନ କରାଯିବ। ଏହାଦ୍ୱାରା ଭାରତୀୟ  ଖୋ ଖୋ ଖେଳାଳି ପ୍ରୋତ୍ସାହନ ପାଇବା ସହିତ ଓଡିଶା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ବ୍ରାଣ୍ଡିଂ ଜରିଆରେ ବିଶ୍ୱସ୍ତରରେ ରାଜ୍ୟର ଛବିକୁ ଉଜ୍ବଳ କରିପାରିବ ବୋଲି ଆଶା ପ୍ରକଟ କରାଯାଇଛି। ସୂଚନାଯୋଗ୍ୟ, ଚଳିତ ମାସ ୧୩ ତାରିଖରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଥିବା ଖୋ ଖୋ ବିଶ୍ବକପ୍‌କୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସମର୍ଥନ କରୁଥିବାବେଳେ ‘ଓଡ଼ିଶା’ ଏବେ ଭାରତୀୟ ଦଳର ଜର୍ସିରେ ପ୍ରମୁଖ ସ୍ଥାନ ‌ନେବ ବୋଲି ବିଶ୍ବାସ କରାଯାଉଛି। ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳରେ ଏକାଧିକ ଓଡ଼ିଆ ଖେଳାଳି ଅଂଶଗ୍ରହଣ କରିବାର ସମ୍ଭାବନା ବି ରହିଛି।

ବିଶ୍ବକପ୍‌ ଟ୍ରଫି, ମାସ୍କଟ ଉନ୍ମୋଚିତ
ଭୁବନେଶ୍ବର: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇନ୍‌ଡୋର ଷ୍ଟାଡିୟମ୍‌ରେ ଚଳିତ ମାସ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ପ୍ରଥମ ଖୋ ଖୋ ବିଶ୍ବକପ୍‌। ଏହି ପ୍ରତିଯୋଗିତା ଲାଗି ଆୟୋଜକ ଭାରତୀୟ ଖୋ ଖୋ ମହାସଂଘ (କେକେଏଫ୍‌ଆଇ) ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଶୁକ୍ରବାର ଟ୍ରଫି ଓ ମାସ୍କଟ ଉନ୍ମୋଚନ କରିଛି। ଏହି ପ୍ରତିଯୋଗିତାରେ ୨୪ ଦେଶରୁ ୨୧ ପୁରୁଷ ଓ ୨୦ ମହିଳା ଦଳ ଭାଗ ନେଉଛନ୍ତି। ଉଭୟ ପୁରୁଷ ଓ ମହିଳା ବିଶ୍ବକପ୍‌ ଲାଗି ଅଲଗା ଅଲଗା ଟ୍ରଫି ରହିଛି। ପୁରୁଷଙ୍କ ପାଇଁ ନୀଳ ଓ ମହିଳାଙ୍କ ପାଇଁ ସବୁଜ ରଙ୍ଗର ଟ୍ରଫି ରହିଛି। ଉଭୟ ଟ୍ରଫିର ଉପର ଅଂଶରେ ସୁନେଲି ରଙ୍ଗର ଦୁଇ ଜଣ ଖୋ‌ ଖୋ ଖେଳୁଥିବାର ଦୃଶ୍ୟ ରହିଛି। ଏଥିସହ ମହାସଂଘ ପ୍ରତିଯୋଗିତା ଲାଗି ତେଜାସ ଓ ‌ତାରା ନାଁରେ ଦୁଇଟି ମାସ୍କଟ ଉନ୍ମୋଚିତ କରିଛି। ଏହି ମାସ୍କଟଗୁଡ଼ିକ ଗତି, ଚତୁରତା ଓ ଦଳଗତ କାର୍ଯ୍ୟକୁ ପ୍ରତିଫଳିତ କରୁଛି। ତେଜାସ ହେଉଛି ତେଜ ଓ ଉଜ୍ବଳତା ଏବଂ ତାରା ମାର୍ଗଦର୍ଶନ ଓ ଆକାଂକ୍ଷାର ପ୍ରତୀକ। କେକେଏଫ୍ଆଇ ଗମନାଗମନ ପାଇଁ ଇଜିମାଇ ଟ୍ରିପ୍‌ ସହ ଏବଂ ଟିଭି ପ୍ରସାରଣ ଲାଗି ଷ୍ଟାର୍‌ ସ୍ପୋର୍ଟ୍ସ ନେଟ୍‌ୱାର୍କ ଓ ଦୂରଦର୍ଶନ ସହ ଚୁକ୍ତି କରିଛି। ଡିଜ୍‌ନି+ହଟ୍‌ଷ୍ଟାର୍‌ ଏହାର ଓଟିଟି ପ୍ଳାଟଫର୍ମ ଭାଗୀଦାରି ରହିଛି। ଟ୍ରଫି ଉନ୍ମୋଚନ ଉତ୍ସବରେ ଅତିଥି ଭାବେ କେକେଏଫ୍‌ଆଇ ସଭାପତି ସୁଧାଂଶୁ ମିତ୍ତଲ, ସମ୍ପାଦକ ଏମ୍‌ଏସ୍‌ ତ୍ୟାଗୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe