Advertisment

Sports: ତୃଣମୂଳସ୍ତରରୁ ଖେଳର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର କାମ କରୁଛନ୍ତି: କ୍ରୀଡ଼ାମନ୍ତ୍ରୀ

Advertisment

ସରକାରଙ୍କ କ୍ରୀଡ଼ା ବ୍ୟବସ୍ଥା ବ୍ୟତୀତ ସାମ୍ବାଦିକତା ହିଁ ଅନ୍ୟତମ ଶ୍ରେଷ୍ଠ ମାଧ୍ୟମ ଯାହା କ୍ରୀଡ଼ା ଓ କ୍ରୀଡ଼ା ବିକାଶରେ ଉପଯୁକ୍ତ ଯୋଗଦାନ ରଖୁଛି। ସରକାର ଏବେ ଓଡ଼ିଶାରେ ତୃଣମୂଳସ୍ତରରୁ ଖେଳର ସାମଗ୍ରିକ ବିକାଶ ପାଇଁ କାମ କରୁଛନ୍ତି।

ସରକାରଙ୍କ କ୍ରୀଡ଼ା ବ୍ୟବସ୍ଥା ବ୍ୟତୀତ ସାମ୍ବାଦିକତା ହିଁ ଅନ୍ୟତମ ଶ୍ରେଷ୍ଠ ମାଧ୍ୟମ ଯାହା କ୍ରୀଡ଼ା ଓ କ୍ରୀଡ଼ା ବିକାଶରେ ଉପଯୁକ୍ତ ଯୋଗଦାନ ରଖୁଛି। ସରକାର ଏବେ ଓଡ଼ିଶାରେ ତୃଣମୂଳସ୍ତରରୁ ଖେଳର ସାମଗ୍ରିକ ବିକାଶ ପାଇଁ କାମ କରୁଛନ୍ତି।

su

ଭୁବନେଶ୍ବର: ସରକାରଙ୍କ କ୍ରୀଡ଼ା ବ୍ୟବସ୍ଥା ବ୍ୟତୀତ ସାମ୍ବାଦିକତା ହିଁ ଅନ୍ୟତମ ଶ୍ରେଷ୍ଠ ମାଧ୍ୟମ ଯାହା କ୍ରୀଡ଼ା ଓ କ୍ରୀଡ଼ା ବିକାଶରେ ଉପଯୁକ୍ତ ଯୋଗଦାନ ରଖୁଛି। ସରକାର ଏବେ ଓଡ଼ିଶାରେ ତୃଣମୂଳସ୍ତରରୁ ଖେଳର ସାମଗ୍ରିକ ବିକାଶ ପାଇଁ କାମ କରୁଛନ୍ତି। ଏ‌ କ୍ଷେତ୍ରରେ ଯଦି କୌଣସି ପ୍ରତିବଂଧକ ଆସୁଛି କି ପ୍ରସ୍ତାବ ରହିଛି ଆମ ଦୃଷ୍ଟିକୁ ଆଣିବାକୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅନୁରୋଧ କରିଥିଲେ। ‌ସ୍ଥାନୀୟ କଳିଙ୍ଗ ‌ଷ୍ଟାଡିୟମ୍‌ସ୍ଥିତ ଟେନିସ୍‌ ସେଣ୍ଟର୍‌ ଅଡିଟୋରିୟମ୍‌ଠା‌ରେ ରବିବାର ଆୟୋଜିିତ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‍ଜା)ର ବାର୍ଷିକ ପୁରସ୍କାର ପ୍ରଦାନ କ୍ରୀଡ଼ାମନ୍ତ୍ରୀ କହିଛନ୍ତି, ଏହି ଅବସରରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକାକୁ ସ୍ବୀକୃତି ଜଣାଇବା ସହ ଖୁବ୍‌ ଶୀଘ୍ର କଳିଙ୍ଗ ଷ୍ଟାଡିୟମ୍‌ରେ ଏକ କ୍ରୀଡ଼ା ସଂଗ୍ରହାଳୟର ବ୍ୟବସ୍ଥା କରାଯିବ। ବ୍ୟାଡ୍‌ମିଣ୍ଟନ୍‌ର ବିଶ୍ବସ୍ତରୀୟ ଭିତ୍ତିଭୂମି ‘ସଟଲ୍‌’ ପରିସରରେ ସର୍ବନିମ୍ନ ଆବଶ୍ୟକତା ସହିତ ଏକ ମିଡିଆ ସେଣ୍ଟର୍‌ କରାଯିବ ବୋଲି ଓସ୍‌ଜାର ବିଭିନ୍ନ ଦାବି ପ୍ରସଙ୍ଗରେ ନିଜ ବକ୍ତବ୍ୟ ବେଳେ ଘୋଷଣା କରିଥିଲେ ମନ୍ତ୍ରୀ।

ସେହିପରି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଖେଳ ସାମ୍ବାଦିକତା ପାଇଁ ହିଁ ଖେଳ ଓ ଖେଳାଳିଙ୍କ ସଫଳତାକୁ ନେଇ ‘ଓଡ଼ିଶା’ ଆଜି ବିଶ୍ବ ଦରବାରରେ ପ୍ରଶଂସିତ ହୋଇଛି।  

ଆହୁରି ପଢ଼ନ୍ତୁ: Paddy: ମଣ୍ଡି ଖୋଲାଯାଇଛି, ଧାନ କିଣା ହେଉନି

ପ୍ରୀତିସ୍ମିତା, କାଳୁଚରଣଙ୍କୁ ଓସ୍‌ଜା ପୁରସ୍କାର

ପ୍ରତିଭାସମ୍ପନ୍ନ ଯୁବ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ, ମହାନ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ଏବଂ କ୍ରୀଡ଼ା ପ୍ରୋତ୍ସାହନରେ ବିଶେଷ ଅବଦାନ ରଖୁଥିବା ଏମ୍‌ଜିଏମ୍‌ ଗ୍ରୁପ୍‌କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‍ଜା)ର ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି। ରବିବାର ସ୍ଥାନୀୟ କଳିଙ୍ଗ ‌ଷ୍ଟାଡିୟମ୍‌ସ୍ଥିତ ଟେନିସ୍‌ ସେଣ୍ଟର୍‌ ଅଡିଟୋରିୟମ୍‌ଠା‌ରେ ଆୟୋଜିିତ ଉତ୍ସବରେ ଅତିଥିମାନେ ପ୍ରୀତିସ୍ମିତାଙ୍କୁ ୨୦୨୫ ମସିହାର ଶ୍ରେଷ୍ଠ ଖେଳାଳି ଏବଂ କାଳୁଚରଣ ଚୌଧୁରୀଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ବାବଦରେ ନଗଦ ୨୫ହଜାର ଟଙ୍କା ଲେଖାଏଁ, ପ୍ରଶସ୍ତିପତ୍ର, ଉତ୍ତରୀୟ ଓ ବିଶେଷ ଟ୍ରଫି ପ୍ରଦାନ କରିଥିଲେ। ନିରନ୍ତର ଭାବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପଦକ ଅମଳ କରୁଥିବା ପ୍ରୀତିସ୍ମିତା ଏସୀୟ ଯୁବ ଭାରୋତ୍ତୋଳନ, ବିଶ୍ବ ଯୁବ ଭାରୋତ୍ତୋଳନରେ ବିଶ୍ବ ରେକର୍ଡ ଏବଂ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ୩ ରେକର୍ଡ ସହ ୩ ସ୍ବର୍ଣ୍ଣ ପଦକ ଅମଳ କରି ଚର୍ଚ୍ଚାରେ ରହିଥିଲେ। ସେହିଭଳି କ୍ରୀଡ଼ା ଓ ଯୁବସେବା ବିଭାଗରୁ ଅବସର ନେଇ ସାରିଥିବା ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ସାଢ଼େ ୩ ଦଶନ୍ଧି ଧରି ଡଜନେ ପ୍ରାୟ ଅନ୍ତର୍ଜାତୀୟ ଖେଳାଳି ଗଢ଼ିତୋଳିବା ସହ ଜାତୀୟସ୍ତରରେ ଓଡ଼ିଶାକୁ ଏକାଧିକ ଥର ପଦକ ବିଜେତା କରାଇଛନ୍ତି। ହକି ନିଶା ପାଇଁ ସେ ଏବେ ବି ହକି ପ୍ରଶିକ୍ଷଣ ସହିତ ଜଡ଼ିତ ରହି ନିଜ ସାଧନା ଜାରି ରଖିଛନ୍ତି।

ଏମ୍‌ଜିଏମ୍‌ ପୁରସ୍କୃତ

ଅନ୍ୟପକ୍ଷରେ କ୍ରୀଡ଼ାର ବିକାଶ ଦିଗରେ ପ୍ରମୁଖ ସହଯୋଗ ହାତ ବଢ଼ାଉଥିବା ଏମ୍‌ଜିଏମ୍‌କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏମ୍‌ଜିଏମ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତିଙ୍କ ତରଫରୁ କମ୍ପାନିର ଏଜିଏମ୍‌ (କାର୍ପୋରେଟ୍‌ ଆଫେୟାର୍ସ ଆଣ୍ଡ୍‌ ସିଏସ୍‌ଆର୍‌) ଉତ୍ତମ କୁମାର ନାୟକ ପ୍ରଥମ ଥର ପାଇଁ ପ୍ରଚଳିତ ଏହି ସମ୍ମାନ ଗ୍ରହଣ କରିଥିଲେ। ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସମ୍ମାନିତ ଅତିଥି ଭାବେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିଥିଲେ। ‘ଓସ୍‌ଜା’ର ସଭାପତି ସନ୍ଦୀପ ମିଶ୍ର ପୌରୋହିତ୍ୟ କରିବା ସହ ସ୍ବାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ସୁରେଶ ସ୍ବାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ବରିଷ୍ଠ ଉପସଭାପତି ସମୀକ୍ଷା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe