ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲଠାରେ ସୋମବାର ଓଡ଼ିଶା ରାଜ୍ୟ କରାଟେ ସଂଘର ବାର୍ଷିକ ଅଧିବେସନ ଏବଂ ସାଧରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ଅଭିନାଷ ପୁନ୍ଦିରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ନିର୍ବାଚନରେ ସମସ୍ତ କର୍ମକର୍ତ୍ତା ୩ ବର୍ଷ ପର୍ଯ୍ୟନ୍ତ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ସଭାପତି ପଦ ଲାଗି କୌଣସି ପ୍ରାର୍ଥୀ ଆବେଦନ କରିନଥିବାରୁ କାର୍ଯ୍ୟକାରୀ ପରିଷଦ ଏହାକୁ ବାଛିବା ଲାଗି ଅନୁମତି ପାଇଛି। ସନତ ନାୟକ, ସଞ୍ଜୟ କୁମାର ଦାସ ଓ ଏସ୍ଆର୍ ସାସମଲ ଉପସଭାପତି, ଗୌରୀ ମହାନ୍ତି ସାଧାରଣ ସମ୍ପାଦକ, ଜୟଦେବ ପଟ୍ଟନାୟକ ଯୁଗ୍ମସମ୍ପାଦକ, ଖାରବେଳ ମଲ୍ଲିକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରୀ ସଦସ୍ୟ ଭାବେ ରାଜୀବ କୁମାର ସିଂହ, ଦୀପକ ସାମନ୍ତରା, ସନ୍ଦୀପ ମହାନ୍ତି, ମହେଶ ବରାଳ, ସୌମ୍ୟରଂଜନ ଦାସ, ଅରବିନ୍ଦ ପଟ୍ଟନାୟକ ଓ ଚିତ୍ତରଂଜନ ସ୍ବାଇଁ ମନୋନୀତ ହୋଇଛନ୍ତି। ରାଜ୍ୟ ସଂଘ ଉପଦେଷ୍ଟା ଭାବେ ପ୍ରକାଶ କୁମାର ପଟ୍ଟନାୟକ, କାଳିପ୍ରସାଦ ନନ୍ଦ, ରବିନାରାୟଣ ଖୁଣ୍ଟିଆ, ପ୍ରଦୀପ ସରକାର, ସନକ କୁମାର ଦେଓ, ପ୍ରଶାନ୍ତ ଧଳ, ଦୁର୍ଗା ପ୍ରସାଦ ରଥ, ହିମାଂଶୁ ଶେଖର ଦାସ, ମିର ଅଜମଲ୍ ଅଲ୍ଲୀ ଓ ଆଦିତ୍ୟ ଚାନ୍ଦ ମନୋନୀତ ହୋଇଛନ୍ତି।
ଓଡ଼ିଶା ରାଜ୍ୟ କରାଟେ ସଂଘ ନିର୍ବାଚନ: ଗୌରୀ ସମ୍ପାଦକ
Advertisment
Follow Us