ଓଡ଼ିଶା ରାଜ୍ୟ ବିଦ୍ୟାଳୟ ଚେସ୍‌ ଆରମ୍ଭ: ଭାଗନେଲେ ୧୪୦ ପ୍ରତିଯୋଗୀ

ବିଶ୍ବ ଟିମ୍‌ ଚେସ୍‌: କାଂସ୍ୟ ମୁକାବିଲାରେ ସ୍ପେନ୍‌ଠୁ ହାରିଲା ଭାରତ

ଭୁବନେଶ୍ବର: କଟକ ଜିଲ୍ଲା ଚେସ ସଂଘ, ନିଖିଳ ଓଡ଼ିଶା ଚେସ ସଂଘ ଏବଂ ସର୍ବଭାରତୀୟ ଚେସ୍‌ ସଂଘ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ଫିଡେ ରେଟେଡ୍‌ ରାପିଡ୍‌ ଚେସ୍ ପ୍ରତିଯୋଗିତା ବାରବାଟୀ ଷ୍ଟାଡ଼ିୟମସ୍ଥିତ ହର୍ସଗେଟ୍‌ର ଶୀତତାପ ନିୟନ୍ତ୍ରଣ କକ୍ଷରେ ଆରମ୍ଭ ହୋଇଛି। ରବିବାର ପ୍ରଥମ ଦିବସରେ ୫ମ ରାଉଣ୍ଡ ଖେଳ ଶେଷ ସୁଦ୍ଧା ବାଳିକା ବର୍ଗରେ ଜ୍ୟୋତିଶା ସାହୁ ଓ ପ୍ରତ୍ୟାଶା ଜେନା ୪.୫ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ସାହାନା ଲେଙ୍କା ଓ ଋତୁଶ୍ରୀ ଋତୁପ୍ରଭା ସାହୁ ୪ ପଏଣ୍ଟ ମିଳିତ ଭାବେ ଦ୍ବିତୀୟରେ ରହିଛନ୍ତି।

ବାଳକ ବର୍ଗ‌ରେ ଶ୍ରେୟାଂଶ ଶୁଭମ ପଟ୍ଟନାୟକ ୫ ପଏଣ୍ଟ୍‌ ସହ ଏକକ ଅଗ୍ରଣୀ ହାସଲ କରିଥିବା ବେଳେ ଶ୍ରୀହଂଶ ଦେ ଓ କୌସ୍ତୁବ ଦାଶ ମିଳିତ ଭାବେ ୪ ପଏଣ୍ଟ ପାଇ ଦ୍ବିତୀୟରେ ରହିଛନ୍ତି। ୪୪ତମ ଚେସ୍‌ ଅଲିମ୍ପିଆଡ୍‌ ଉପଲକ୍ଷେ ଆୟୋଜିତ ଏହି ପ୍ରତିଯୋଗିତାରେ ୧୨ଟି ଜିଲାରୁ ବାଳକରେ ୯୬ ଓ ବାଳିକାରେ ୩୭ ସମେତ ମୋଟ ୧୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୩୩ ଜଣ ଅନ୍ତର୍ଜାତୀୟ ରେଟେଡ୍‌ ଖେଳାଳି ରହିଛନ୍ତି। ବାଳକରେ କଟକର ଶ୍ରେୟାଂଶ ଶୁଭମ ପଟ୍ଟନାୟକ ଓ ବାଳିକାରେ ସନ୍ଦୀପା ପ୍ରିୟଦର୍ଶିନୀ ସାହୁ ଶୀର୍ଷ ମାନ୍ୟତା ପାଇଛନ୍ତି। ପ୍ରତିଯୋଗିତାକୁ କଟକ ଜିଲା ଚେସ୍‌ ସଂଘର ପୂର୍ବତନ ସଭାପତି ଚୌଧୁରୀ ପ୍ରଦ୍ୟୁମ୍ନ କେଶରୀ ମିଶ୍ର, ଅସିତ କୁମାର ମୁଖାର୍ଜୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉପସଭାପତି ସନ୍ତୋଷ କୁମାର ପୃଷ୍ଟି, ସମ୍ପାଦକ ଅଜୟ କୁମାର ନାୟକ, କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ସେଠୀ, ଜ୍ୟୋତିପ୍ରକାଶ ମହାପାତ୍ର, ଜୀବନ ବଲ୍ଲଭ ସାମଲ, ଶ୍ରୀତମ ପୃଷ୍ଟି, କମଳାକାନ୍ତ ବିଶୋଇ, ସୂର୍ଯ୍ୟକାନ୍ତ ବିଶୋଇ, ସଭାପତି ବିବେକ କୁମାର ତିବରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe