ଭୁବନେଶ୍ବର: ଭୋପାଳର ଲୋୟର ଲେକ୍ରେ ଆୟୋଜିତ ହେବାକୁ ଥିବା ୩୩ତମ ଜାତୀୟ କନିଷ୍ଠ ଓ ଉପକନିଷ୍ଠ କାନୋସ୍ପ୍ରିଣ୍ଟ୍ ପାଇଁ ଓଡ଼ିଶା ଦଳ ଘୋଷଣା ହୋଇଛି। କନିଷ୍ଠ ବାଳକ କାୟାକରେ ଟି. ଗାସେପମ୍, ଆଇ.ବୋରିସ୍ ସିଂହ, ସତ୍ୟମ୍ ବଳିୟାନ୍, କାନୋଇଂରେ ପି. ବୋରିସ୍ ସିଂହ, ଏଲ୍. ବୋରିସ୍ ସିଂହ, ମୋମୋଚା ସିଂହ, ଅବିନାଶ ସିଂଘମ୍, ବାଳିକା କାୟାକରେ ପି.ରୋଜି ଦେବୀ, ଶୃତି ତାନାଜି ଚୌଗୁଲେ, କାନୋଇଂରେ ଏଲ୍. ନେହା ଦେବୀ, ମଧୁସ୍ମିତା, ଉପକନିଷ୍ଠ ବାଳକ କାୟାକରେ ସାଗର ଚୌଧୁରୀ, ଟି. ଡାଏମଣ୍ଡ ମେଇତେଇ, ସନ୍ତୋଷ ସିଂହ, ଦେବ୍ ଚୌଧୁରୀ, କାନୋଇଂରେ ନିର୍ଭୟ ସିଂହ, ଜାବେଜ୍ ସିଂହ, ବାଳିକା କାୟାକରେ ଟି. ଲକ୍ଷ୍ମୀଚାନୁ, ଏଲ୍. ସୋନିଆ ଦେବୀ, ଆଞ୍ଚଳ, ଦିବ୍ୟାଂଶୀ ସ୍ଥାନ ପାଇଛନ୍ତି। ସେହିପରି ଏଲ୍. ବିଶେଶ୍ବରୀ ଦେବୀ, ରାଜ କୁମାର ନିଶାଦ, ନାଜସ୍ ମନସୁରି ଦଳର ପ୍ରଶିକ୍ଷକ ଭାବେ ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଠାରୁ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ପାଇଁ ଖେଳାଳି ଚୟନ କରାଯିବ। ସମସ୍ତ ମନୋନୀତ ଖେଳାଳିଙ୍କୁ ଓଡ଼ିଶା କାୟାକିଂ ଓ କାନୋଇଂ ସଂଘର ସମ୍ପାଦକ ବିପିନ ଦାଶ ଶୁଭେଚ୍ଛା ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us