ଭୁବନେଶ୍ବର: ଉତ୍ତରପ୍ରଦେଶର ବରେଲିଠାରେ ଆସନ୍ତା ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଜାତୀୟ ବାଳିକା ହ୍ୟାଣ୍ଡ୍ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ପାଇଁ ଓଡ଼ିଶା ଦଳ ବରେଲି ଯାତ୍ରା କରିଛି। ଓଡିଶା ଦଳରେ ଅଧିନାୟକ ଲିପିକା ଗୌଡ଼, ପ୍ରିୟଙ୍କା ପ୍ରିୟଦର୍ଶନୀ ସ୍ବାଇଁ, ସଞ୍ଜନା ସ୍ବାଇଁ, ସ୍ବାଗତିକା ପାତ୍ର, ନିବେଦିତା ପାଣି, ରୋଜାଲିନ ରଥ, ସ୍ବପ୍ନେଶ୍ବରୀ ଦାସ, ପାର୍ବତୀ ଦାସ, ସ୍ବୟଂଶ୍ରୀ ନାୟକ, ମିକି ଦେଓଗା, କଲ୍ୟାଣୀ ରାଉଳ, ସୁଚିଶ୍ରୀ ତ୍ରିପାଠୀ, କଲ୍ୟାଣୀ ବେହେରା, ରାଜଲକ୍ଷ୍ମୀ ନାୟକ, ପ୍ରିୟଙ୍କା ନାୟକ, ଶ୍ରୀୟଙ୍କା ନାୟକ ସ୍ଥାନ ପାଇଛନ୍ତି। ସନ୍ଦୀପ ପାତ୍ର ପ୍ରଶିକ୍ଷକ ଓ ସୁସ୍ମିତା ମହାନ୍ତି ପ୍ରବନ୍ଧକ ଭାବେ ଓଡ଼ିଶା ଦଳ ସହ ଯାତ୍ରା କରିଛନ୍ତି। ଓଡ଼ିଶା ହ୍ୟାଣ୍ଡବଲ୍ ସଂଘର ସମ୍ପାଦକ ମାନସ କୁମାର ସିଂହ ଓ କୋଷାଧ୍ୟକ୍ଷ ସୀତେଦ୍ରନାଥ ଦାସ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।
ଜାତୀୟ ବାଳିକା ହ୍ୟାଣ୍ଡବଲ୍ ପାଇଁ ଓଡିଶା ଦଳ
Advertisment
Follow Us