ଭୁବନେଶ୍ବର: ରାଞ୍ଚିଠାରେ ମଙ୍ଗଳବାରଠୁ ଆରମ୍ଭ ହେବ ଜାତୀୟ ଉପକନିଷ୍ଠ ଓ କନିଷ୍ଠ ଶକ୍ତିଉତ୍ତୋଳନ ପ୍ରତିଯୋଗିତା। ଏହି ପ୍ରତିଯୋଗିତା ଲାଗି ୧୫ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ଏଥିରେ ୧୦ ଜଣ ବାଳକ ଓ ୫ ଜଣ ବାଳିକା ରହିଛନ୍ତି। ଦେବାଶିଷ ମହାନ୍ତି ପ୍ରବନ୍ଧକ ଏବଂ ସମରେନ୍ଦ୍ର ରାଉତରାୟ ପ୍ରଶିକ୍ଷକ ରହିଛନ୍ତି।
ଓଡ଼ିଶା ଦଳ: ଦୁଃଖୀରାମ ମାରାଣ୍ଡି, ଆୟୂଷ କୁମାର, ବିକ୍ରମ ରାଜ ମହାନ୍ତି, ଗୌର ମହନ୍ତ, ଗଗନ ମହନ୍ତ, ସୋମେନ ସେନାପତି, ଅଭିଷେକ ମହନ୍ତ, ବିଶ୍ବ ରଞ୍ଜନ ପ୍ରଧାନ, ଅଜୟ ମହାପାତ୍ର, ଅମ୍ଳାନ ମହାନ୍ତି, ସୌମ୍ୟପ୍ରଭା ଟୁଡ଼ୁ, ଜ୍ୟୋତିର୍ମୟୀ ସାହୁ, ସିନ୍ଧୁଜା ଶତପଥୀ, ଶ୍ରାବଣୀ ଜେନା, ରଶ୍ମିରାଣୀ ବେହେରା।
Follow Us