ଜାତୀୟ ଶକ୍ତିଉତ୍ତୋଳନ ପାଇଁ ଓଡ଼ିଶା ଦଳ

ଜାତୀୟ ଶକ୍ତିଉତ୍ତୋଳନ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର : କେରଳର କୋଝିକୋଡ଼ଠାରେ ଏପ୍ରିଲ୍‌ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଲାଗି ୧୫ ଜଣିଆ ଓଡ଼ିଶା ଦଳ ଯାତ୍ରା କରିଛି। ରାଜ୍ୟ ପ୍ରତିଯୋଗିତାର ଫଳାଫଳ ଏବଂ ପ୍ରଶିକ୍ଷଣ ଶିବିର ପ୍ରଦର୍ଶନ ଭିତ୍ତିରେ ଦଳ ଚୟନ କରାଯାଇଛି।

ପୁରୁଷ ଦଳରେ ପ୍ରଦୀପ ପାତ୍ର, ରାକେଶ ଶତପଥୀ, ଜାଭେଦ ଅର୍ସଦ, ଦେବାଶିଷ ମହାନ୍ତି, ଦୀପକ କୁମାର, ମହେନ୍ଦ୍ର ରାଉତ, ରଂଜନ ହାଁସଦା, ଅଭିଷେକ ମହାନ୍ତ ଏବଂ ମହିଳା ଦଳରେ ତନୟା ପଣ୍ଡା, ପ୍ରଭାତୀ ସିଂହ, ଦେବୀ ସିଂହ, ଦିବ୍ୟଲେଖା ମିଶ୍ର, ନଗମା ଆରା ବେଗମ୍‌, ଅନିତା ବେହେରା, ସ୍ବାଗତିକା ଖଟେଇ ସ୍ଥାନ ପାଇଛନ୍ତି। ପ୍ରବଂଧକ ଭାବେ ଶକ୍ତିପ୍ରସାଦ ବାରିକ ଓ ଲଳିତ ସାହୁ ଗସ୍ତ କରିଛନ୍ତି। ଖେଳାଳିମାନଙ୍କୁ ରାଜ୍ୟ ଶକ୍ତିଉତ୍ତୋଳନ ସଂଘ ସମ୍ପାଦକ ହରି ପ୍ରସାଦ ପଟ୍ଟନାୟକ, ଚିତ୍ତରଂଜନ ସ୍ବାଇଁ, ଗୌରୀ ମହାନ୍ତି, ସମରେନ୍ଦ୍ର ରାଉତରାୟ, ଚିତ୍ତରଂଜନ ମିଶ୍ର ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe