ଜାତୀୟ ଉପକନିଷ୍ଠ ଭଲିବଲ୍‌ ପାଇଁ ଓଡ଼ିଶା ଦଳ

Advertisment
ଜାତୀୟ ଉପକନିଷ୍ଠ ଭଲିବଲ୍‌ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର : ଉପକନିଷ୍ଠ ଜାତୀୟ ଭଲିବଲ ପ୍ରତିଯୋଗିତା (ଉଭୟ ବାଳକ ଓ ବାଳିକା)ର ୪୫ତମ ସଂସ୍କରଣ ଆଜିଠାରୁ ପଶ୍ଚିମବଙ୍ଗର ହୁଗ୍‌ଲିଠାରେ ଆରମ୍ଭ ହୋଇଛି। ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଓଡ଼ିଶାର ଉଭୟ ବାଳକ ଓ ବାଳିକା ଦଳ ଘୋଷଣା କରାଯାଇଛି। କିଟ୍‌ ବିଶ୍ବବିଦ୍ୟାଳୟରେ ପ୍ରଶିକ୍ଷଣ ଶିବିର ଶେଷରେ ୨୪ ଖେଳାଳି ଏବଂ ୫ ଜଣ ଅଧିକାରୀଙ୍କ ନାମ ଚୂଡାନ୍ତ କରାଯାଇଛି। ଉଭୟ ଦଳ ଶନିବାର ପଶ୍ଚିମବଙ୍ଗ ଯାତ୍ରା କରିଛନ୍ତି। ଭାରତୀୟ ଭଲିବଲ ସଂଘର ସଭାପତି, କାଭାର ପ୍ରାଶାସନିକ ବୋର୍ଡ ସଦସ୍ୟ, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଦଳକୁ ଶୁଭେଚ୍ଛା‌ ଜଣାଇଛନ୍ତି। ମନୋନୟନ ଟ୍ରାଏଲ୍‌, ପ୍ରଶିକ୍ଷଣ ଶିବିର ଆୟୋଜନ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେଇଥିବାରୁ ପ୍ରଫେସର ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓଡ଼ିଶା ଭଲିବଲ ସଂଘର ସାଧାରଣ ସଂପାଦକ, ଭାରତୀୟ ଭଲିବଲ ସଂଘର ସହକାରୀ ଯୁଗ୍ମ ସଂପାଦକ ତଥା କିଟ୍‌ର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ।

ବାଳକ ଦଳ: ସିମନ ବେହେରା (ଅଧିନାୟକ), ସୁବା ଧର୍ମୁ, ରାଜୀବ ଲୋଚନ ଜେନା, ମହମ୍ମଦ ଅଫ୍‌ସାର, ମୁକେଶ କୁମାର ପ୍ରଧାନ, ଦେବାଶିଷ ଜେନା, ଶୁଭମ ଜେନା, ପୀୟୂଷ ପ୍ରତୀକ ପ୍ରଧାନ, ଶଶିକାନ୍ତ ବେହେରା, ପବିତ୍ର ମୋହନ ଗିରି, ରୋହିତ ମହାନ୍ତି, ଚନ୍ଦନ ରାଉତ। ସତ୍ୟରଞ୍ଜନ ସ୍ବାଇଁ (ପ୍ରବନ୍ଧକ), ସୁଶାନ୍ତ କୁମାର ପଣ୍ଡା (ମୁଖ୍ୟ ପ୍ରଶିକ୍ଷକ)।

ବାଳିକା ଦଳ: ଲିମା ସାହୁ (ଅଧିନାୟିକା), ନିରୁପମା ସେଠୀ, ବର୍ଷା ପ୍ରିୟଦର୍ଶିନୀ ପାଲ, ଈତିଶ୍ରୀ ରାଉତ, ପୁନିତା‌ ମୁଣ୍ଡା, କବିତା ମାଝୀ, କବିତା ସିଂହ, ପୂର୍ଣ୍ଣିମା ସିଂହ, ଲିପିକା ଖେସ୍‌, ବର୍ଷାରାଣୀ ନାୟକ, ନିକିତା ପିଙ୍ଗ୍‌, ପ୍ରମିଳା ମାଝୀ। ଅସିତ କୁମାର ପାଲ (ପ୍ରବନ୍ଧକ), ଦିୟା ମଜୁମଦାର (ମୁଖ୍ୟ ପ୍ରଶିକ୍ଷକ), ଆଶୁତୋଷ ପାତ୍ର (ସହକାରୀ ପ୍ରଶିକ୍ଷକ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe