Ranji Trophy : ଚଳିତ ରଣଜୀରେ ଓଡ଼ିଶାର ପ୍ରଥମ ବିଜୟ

ଚଳିତ ରଣଜୀ (Ranji Trophy) ସିଜିନରେ ପ୍ରଥମ ବିଜୟ ହାସଲ କରିଛି ଓଡ଼ିଶା । କିଟ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା  ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି ।

odisha

odisha beat Nagaland in Ranji Trophy Photograph: (oca)

ଭୁବନେଶ୍ବର : ଚଳିତ ରଣଜୀ (Ranji Trophy) ସିଜିନରେ ପ୍ରଥମ ବିଜୟ ହାସଲ କରିଛି ଓଡ଼ିଶା । କିଟ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା  ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି ।

ଏହି ମ୍ୟାଚରେ ଓଡ଼ିଶା ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଓଡ଼ିଶା ନିଜର ପ୍ରଥମ ଇନିଂସରେ ୨୭୫ ରନ କରିଥିଲା । ଏହି ଇନିଂସରେ ଓଡ଼ିଶା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ଅନୀଲ ପରିଡ଼ା ଓ ବିପ୍ଲବ ସାମନ୍ତରାୟଙ୍କ ଏକ ଉପଯୋଗୀ ପାର୍ଟନରସିପ ଫଳରେ ଦଳ ୨୭୫ ରନ କରିପାରିଥିଲା । ଅନୀଲ ୧୧୮ ରନ କରିଥିବାବେଳେ ବିପ୍ଲବ ୯୨ ରନ କରିଥିଲେ ।

ସ୍ବସ୍ତିକ ସାମଲ ମ୍ୟାଚର ଶ୍ରେଷ୍ଠ ଖେଳାଳି

ଏହାର ଜବାବରେ ନାଗାଲାଣ୍ଡ ନିଜର ପ୍ରଥମ ଇନିଂସରେ ମାତ୍ର ୧୬୧ ରନ କରି ଅଲଆଉଟ ହୋଇଯାଇଥିଲା । ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି, ସଂବିତ ବରାଳ ଓ ଜି. ପୋଦ୍ଦାର ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଏହାପରେ ଓଡ଼ିଶା ନିଜର ୨ୟ ଇନିଂସରେ ୫ ଓ୍ବିକେଟ ହରାଇ ୩୫୦ ରନ କରିଥିଲା ଓ ଇନିଂସ ଘୋଷଣା କରିଥିଲା। ଫଳରେ ନାଗାଲାଣ୍ଡ ଆଗରେ ୪୬୫ ରନର ଲକ୍ଷ୍ୟ ରହିଥିଲା । ଓଡ଼ିଶା ପକ୍ଷରୁ ସ୍ବସ୍ତିକ ସାମଲ ୧୬୯ରନ ଓ ଶୁଭ୍ରାଂଶୁ ସେନାପତି ୧୩୭ ରନ କରିଥିଲେ। ଏହାର ଜବାବରେ ନାଗାଲାଣ୍ଡ ନିଜର ୨ୟ ଇନିଂସରେ ମାତ୍ର ୧୬୫ ରନ କରି ଅଲଆଉଟ ହୋଇଯାଇଥିଲା, ଫଳରେ ଓଡ଼ିଶା ୨୯୯ ରନର ଏକ ବଡ଼ ବିଜୟ ହାସଲ କରିଥିଲା । ଓଡ଼ିଶା ପକ୍ଷରୁ ଗୋବିନ୍ଦ ପୋଦ୍ଦାର ୫ଟି ଓ ବାଦଲ ବିଶ୍ବାଳ ୩ଟି ଓ୍ବିକେଟ ନେଇଥିଲେ । ସ୍ବସ୍ତିକ ସାମଲଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe