ଜାତୀୟ ସୁନ୍ଦରସ୍ୱାସ୍ଥ୍ୟ ଲାଗି ଓଡ଼ିଶା ଦଳ

Advertisment
ଜାତୀୟ ସୁନ୍ଦରସ୍ୱାସ୍ଥ୍ୟ ଲାଗି ଓଡ଼ିଶା ଦଳ

Print

ଭୁବନେଶ୍ୱର: କର୍ଣ୍ଣାଟକରେ ଆୟୋଜିତ ଦଶମ ଜାତୀୟ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତା ଲାଗି ଏକ ୧୦ ଜଣିଆ ଓଡ଼ିଶା ଦଳ ଯାତ୍ରା କରିଛି। ଓଡ଼ିଶା ଦଳରେ ରଶ୍ମିରଂଜନ ସାହୁ, ବଲାଲ୍‌ ଖାନ, ଛୁଟ୍‌କୁ ଦତ୍ତ, ଶକ୍ତିବ୍ରତ ନାୟକ, ସିଏଚ୍‌ ରାଜୁ, ମଳୟ ବସନ୍ତ ପାଢ଼ୀ, ସଂଗ୍ରାମ ରାଉତ, ସୁଜିତ୍‌ ଜେନା, ସିଦ୍ଧାନ୍ତ ସାମନ୍ତରାୟ, ରଂଜନ ସାହୁ ବୁଧବାର ଅମରାବତୀ ଏକ୍ସପ୍ରେସ୍‌ରେ ଯାତ୍ରା କରିଛନ୍ତି। ଉମାଚରଣ ଶତପଥୀ ଏବଂ ଅଜୟ କୁମାର ମହାପାତ୍ର ଯଥାକ୍ରମେ ଜାତୀୟ ବିଚାରକ ଓ ପ୍ରବଂଧକ ଭାବେ ଦଳ ସହ ଗସ୍ତ କରିଛନ୍ତି। ସବୁ ଖେଳାଳିଙ୍କୁ ଓଡ଼ିଶା ସୁନ୍ଦରସ୍ୱାସ୍ଥ୍ୟ ସଂଘର ସଭାପତି ଇଂ ଚିତ୍ତରଂଜନ ସ୍ୱାଇଁ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe