ଜାତୀୟ ମିନି ତୀରନ୍ଦାଜୀ ପାଇଁ ଓଡ଼ିଶା ଦଳ

ଜାତୀୟ ମିନି ତୀରନ୍ଦାଜୀ ପାଇଁ ଓଡ଼ିଶା ଦଳ

????????????????????????????????????

କଟକ: ଆସନ୍ତା ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡାଠାରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଜାତୀୟ ମିନି ତୀରନ୍ଦାଜୀ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷଣା ହୋଇଛି। ଚଳିତ ମାସ ୧୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ୧୩ ଜଣଙ୍କୁ ଚୟନ କରାଯାଇଛି। ପ୍ରଶିକ୍ଷକ ରୁପେଶ ସିଂହ ଓ ଲକ୍ଷ୍ମୀଧର ବାନାରା ଶିବିର ପରିଚାଳନା କରୁଥିଲେ। ଖେଳାଳିମାନଙ୍କ ମନୋବଳ ଦୃଢ କରିବା ପାଇଁ ପ୍ରଥମ ଥର ପାଇଁ ତୀରନ୍ଦାଜୀ ସଂଘ ପକ୍ଷରୁ ମନୋବିଜ୍ଞାନୀ ଡକ୍ଟର ପ୍ରୀତି ପୃଷ୍ଟିଙ୍କୁ ନିୟୋଜିତ କରାଯାଇଥିଲା। କମ୍ପାଉଣ୍ଡରେ ଦିବ୍ୟରଂଜନ ମୁଣ୍ଡା, ବାବୁଲା ମାଡ଼କାମୀ, ଅନୀଲ ହୁଲୁକା, ସଂଜୟ ଦୁରୁଆ, ଅଜୟ ପାଙ୍ଗି, ରିକର୍ଭ ଓ ଇଣ୍ଡିଆନ୍‌ ରାଉଣ୍ଡର ବାଳିକାରେ ଜୟଲକ୍ଷ୍ମୀ ମଲ୍ଲିକ, ନମିତା ଓରାମ, ମମିତା ଓରାମ, ଅର୍ଚ୍ଚନା ଗୁଇଆ, ବାଳକରେ ସାଇମନ ଗଡ଼ବା, ଦାନବ ପଟମାଝୀ, ସୋମନାଥ ହେମ୍ବ୍ରମ୍‌, ରାହୁଲ ମାଡ଼କାମୀ ଓଡ଼ିଶା ଦଳରେ ସ୍ଥାନ ପାଇଛନ୍ତି। ରବିବାର ଓଡ଼ିଶା ଦଳ ଆନ୍ଧ୍ରପ୍ରଦେଶ ଗ୍ରସ୍ତ କରିବ। ରାଜ୍ୟ ସଂଘ ସଭାପତି ଅଜିତ କୁମାର ତ୍ରିପାଠୀ ଓ ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ ଓଡ଼ିଶା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe