ଭୁବନେଶ୍ବର: ଗୁଜରାଟର ଗାନ୍ଧୀନଗର ଠାରେ ଜୁନ ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଜାତୀୟ ସ୍ବତନ୍ତ୍ର ଅଲିମ୍ପିକ୍ସ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଏକ ୮ ଜଣିଆ ଓଡ଼ିଶା ଦଳ ମନୋନୀତ ହୋଇଛନ୍ତି। ପୁରୁଷ ଦଳରେ ବୈଷ୍ଣବ ରାଜପଲିଆ, କିରଣ କୁମାର ନାଗ, ହୃଦାନନ୍ଦ ନାଗ, ତହିଲ ସାହୁ ଏବଂ ମହିଳା ଦଳରେ ଆରିବିଚ୍ଛା ଚକ୍ରବର୍ତ୍ତୀ, କୌଶଲ୍ୟା ମଲ୍ଲିକ, ମନୀଷା ପ୍ରଧାନ, ସନ୍ଧ୍ୟା ସେଣ୍ଢ ରହିଛନ୍ତି। ଉମାକାନ୍ତ ଷଡ଼ଙ୍ଗୀ ଓ ସୁରେଖା ଭୋଇ ଯଥାକ୍ରମେ ଏହି ଦୁଇ ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ଏହି ଦଳ ବିମାନଯୋାଗେ ଭୁବନେଶ୍ବରରୁ ଅହମଦାବାଦ ଯାତ୍ରା କରିବେ। ଉଭୟ ଓଡ଼ିଶା ଦଳକୁ ସୋମବାର ଉତ୍କଳ ଦୃଷ୍ଟିହୀନ ସଂଘ ପରିସରରେ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା। ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅଧିକାରୀ ସନ୍ୟାସ କୁମାର ବେହେରା, ସ୍ବତନ୍ତ୍ର ଅଲିମ୍ପିକ୍ସ ଭାରତ-ଓଡ଼ିଶାର ଆଞ୍ଚଳିକ ନିର୍ଦେଶକ ପ୍ରକାଶ କୁମାର ରଥ, କାର୍ଯ୍ୟକ୍ରମ ପରିଚାଳକ ଅର୍ପିତା ମହାପାତ୍ର, କ୍ୟାଭି ଓଡ଼ିଶାର ବିରଞ୍ଚି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
ସ୍ବତନ୍ତ୍ର ଅଲିମ୍ପିକ୍ସ ଜାତୀୟ ଦୌଡ଼କୁଦ ପାଇଁ ଓଡ଼ିଶା ଦଳର ଯାତ୍ରା
Advertisment
Follow Us