ଜାତୀୟ ଉପକନିଷ୍ଠ ଜଳକ୍ରୀଡ଼ା ପାଇଁ ଓଡ଼ିଶା ଦଳର ରାଜକୋଟ ଯାତ୍ରା

Advertisment
ଜାତୀୟ ଉପକନିଷ୍ଠ ଜଳକ୍ରୀଡ଼ା ପାଇଁ ଓଡ଼ିଶା ଦଳର ରାଜକୋଟ ଯାତ୍ରା

ଭୁବନେଶ୍ବର: ଗୁଜରାଟର ରାଜକୋଟଠାରେ ଆସନ୍ତାକାଲିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ୩୮ତମ ଜାତୀୟ ଉପକନିଷ୍ଠ ଜଳକ୍ରୀଡ଼ା/ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ଦଳ ଗୁରୁବାର ଭୁବନେଶ୍ବର ଛାଡ଼ିଛି। ଓଡ଼ିଶା ଦଳରେ ମୋଟ ୭ ଜଣ ସନ୍ତରଣକାରୀ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ସମ୍ବଲପୁରର ୫ ଏବଂ କିଟ୍‌ ଓ କିସ୍‌ର ୨ ଜଣ ସାମିଲ ଅଛନ୍ତି। ଗ୍ରୁପ୍‌-୩ ବାଳକ ବର୍ଗରେ କିଟ୍‌ ଓ କିସ୍‌ର କାହ୍ନୁ ସୋରେନ, ଟିକେଶ୍ବର ମାଝୀଙ୍କ ସହିତ ସମ୍ବଲପୁରର ସ୍ବସ୍ତିକ ମହାକୁର ଓ ଶ୍ରୀଜିତ ମହାକୁର ରହିଥିଲା ବେଳେ ବାଳିକା ବର୍ଗରେ ୩ ସମ୍ବଲପୁର ଝିଅ ଅର୍ପିତା ସେଠ୍‌, ଆଲିୟାନା ପଣ୍ଡା ଓ ଶ୍ରୀଜିତା ମହାକୁର ରହିଛନ୍ତି।

ଏହି ୭ ପ୍ରତିଯୋଗୀଙ୍କ ସହ ଦଳର ପ୍ରବନ୍ଧକ ଭାବେ ନିହାରିକା ପଣ୍ଡା, ମୁଖ୍ୟ ପ୍ରଶିକ୍ଷକ ଶରତ ବେଲାଭେ, ସହକାରୀ ପ୍ରଶିକ୍ଷକ ଦୀପଙ୍କର ଦାସ ଏବଂ ପର୍ଯ୍ୟବେକ୍ଷକ ଭାବେ ଲକ୍ଷ୍ମୀ ଚନ୍ଦ୍ର ମହାକୁର ରାଜକୋଟ ଯାତ୍ରା କରିଛନ୍ତି। ଗତ ମେ’ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ର ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଆୟୋଜିତ ହୋଇଥିବା ୬୨ତମ ନିଖିଳ ଓଡ଼ିଶା ରାଜ୍ୟ ସନ୍ତରଣ ପ୍ରତିଯୋଗିତାର ପ୍ରଦର୍ଶନ ଭିତ୍ତିରେ ଓଡ଼ିଶା ଦଳ ମନୋନୀତ ହୋଇଛି। ଓଡ଼ିଶା ସରକାର ଦଳର ସମସ୍ତ (ଯାତାୟତ ଓ ରହଣୀ ବ୍ୟବସ୍ଥା) ଖର୍ଚ୍ଚ ବହନ କରୁଛନ୍ତି। ଦଳ ଭୁବନେଶ୍ବର ଛାଡ଼ିବା ବେଳେ ସଂଘ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି। ସଂଘ ପକ୍ଷରୁ ଆନ୍ତର୍ଜାତିକ ସନ୍ତରଣକାରୀ ଓ ପ୍ରଶିକ୍ଷକ ସନ୍ଦୀପ ସେଜୱାଲ, ଆନ୍ତର୍ଜାତିକ ପ୍ରଶିକ୍ଷକ ଡଗ୍‌ଲାସ ଇଗର, ଶରତ ଚନ୍ଦ୍ରା ଏବଂ କାର୍ଯ୍ୟକାରୀ ସଭାପତି ସୋମା ମିଶ୍ର ଦଳକୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe