ଜାତୀୟ ମହିଳା ହ୍ୟାଣ୍ତବଲ ପାଇଁ ଓଡ଼ିଶା ଦଳର ଇନ୍ଦୋର ଗସ୍ତ

ଜାତୀୟ ମହିଳା ହ୍ୟାଣ୍ତବଲ ପାଇଁ ଓଡ଼ିଶା ଦଳର ଇନ୍ଦୋର ଗସ୍ତ

କଟକ: ଆସନ୍ତା ୩୧ ତାରିଖରୁ ମଧ୍ୟପ୍ରଦେଶର ଇନ୍ଦୋରଠାରେ ୫୦ତମ ଜାତୀୟ ମହିଳା ହ୍ୟାଣ୍ତବଲ ପ୍ରତିଯୋଗିତା ଆରମ୍ଭ ହେବ। ଏଥିରେ ଭାଗ ନେବା ପାଇଁ ୧୬ ଜଣିଆ ଓଡ଼ିଶା ଦଳ ଇନ୍ଦୋର ଯାତ୍ରା କରିଛି। ଏହି ଦଳରେ ଗୀତାରାଣୀ ନାୟକ, ରାଜଲକ୍ଷ୍ମୀ ରାଉତ, ସରସ୍ବତୀ ସାହୁ, ସ୍ବର୍ଣ୍ଣପ୍ରଭା ହାତୀ, ଫାରା ଆହତ, ସଲ୍‌ମା ମୁର୍ମୁ, ସୁମୀ ବେଉରା, ପ୍ରିୟଙ୍କା ମୁଣ୍ତା, ଝରଣା ସାହୁ, ସ୍ବର୍ଣ୍ଣଲତା ସାହୁ, ସ୍ବର୍ଣ୍ଣଲତା ବିନ୍ଧାରା, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ସରସ୍ବତୀ ବେହେରା, ସାଇନା ବେଗମ୍‌, କୁମ୍‌କୁମ୍‌ ମହାପାତ୍ର, ମୋନାଲିସା ନାୟକ ସ୍ଥାନ ପାଇଛନ୍ତି। ମନୋଜ କୁମାର ନିସଙ୍କ ଓ ନିହାରିକା ମିଶ୍ର ଯଥାକ୍ରମେ ପ୍ରଶିକ୍ଷକ ଓ ପ୍ରବନ୍ଧକ ଭାବେ ଦଳ ସହିତ ଯାତ୍ରା କରିଛନ୍ତି। ରାଜ୍ୟ ହ୍ୟାଣ୍ତବଲ ସ˚ଘ ସଭାପତି ମକବୁଲ ଅଲ୍ଲୀ, ସମ୍ପାଦକ ବିରେନ୍‌ ବେହେରା ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe