ୟୁଥ ନ୍ୟାସନାଲ ଟେବୁଲ ଟେନିସ୍‌ ଚମ୍ପିଅନସିପ୍‌ରେ ଭାଗ ନେବ ଓଡ଼ିଶା ଟିମ୍‌

Advertisment

ଆସନ୍ତାକାଲି ପଶ୍ଚିମବଙ୍ଗ ଗସ୍ତରେ ଯିବ ଉଭୟ ବାଳକ ଓ ବାଳିକା ଟିମ୍‌

ଆସନ୍ତାକାଲି ପଶ୍ଚିମବଙ୍ଗ ଗସ୍ତରେ ଯିବ ଉଭୟ ବାଳକ ଓ ବାଳିକା ଟିମ୍‌

ୟୁଥ ନ୍ୟାସନାଲ ଟେବୁଲ ଟେନିସ୍‌ ଚମ୍ପିଅନସିପ୍‌ରେ ଭାଗ ନେବ ଓଡ଼ିଶା ଟିମ୍‌

ଭୁବନେଶ୍ୱର: ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ସିଧୁ କାନୁ ଇଣ୍ଡୋର ଷ୍ଟାଡିୟମରେ ଆଗାମୀ ଜାନୁଆରୀ ୧୮ରୁ ୨୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ୭୯ତମ ଜୁନିଅର, ୟୁଥ ନ୍ୟାସନାଲ ଓ ଇଣ୍ଟର-ଷ୍ଟେଟ୍‌ ଟେବୁଲ ଟେନିସ୍‌ ଚମ୍ପିଅନସିପ୍‌ରେ ଓଡ଼ିଶାର ବାଳକ ଓ ବାଳିକା ଟିମ୍‌ ଭାଗ ନେବାକୁ ଯାଉଛି। ଏଥି ପାଇଁ ଉଭୟ ଦଳ ଜାନୁଆରୀ ୧୭ରେ ଯାତ୍ରା କରିବ।

ବାଳକ ଦଳରେ ଏମ୍‌ ଈଶ୍ୱର ରାଓ, ସହିଲ ଏସ୍‌ ଭୁୟା, ସୌମ୍ୟରଞ୍ଜନ ପତି, ଅବିନାଶ ତ୍ରିପାଠୀ, ଜି ଓମ୍‌ପ୍ରକାଶ, କ୍ରିଷ୍ଣା ପୃଷ୍ଟି, ଜୁଭଜିତ ଦେବ, ସନ୍ଦୀପ ବେହେରା, ଏମ୍‌ ଶିବା, ଅମ୍ରିତ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିଛି। ସେହିପରି ବାଳିକା ଦଳରେ ଅନନ୍ୟା ବାସକ, ଶ୍ୱେତା ପଦ୍ମା ଦଳାଇ, ସ୍ୱୀକୃତି ଭଗତ, ନନ୍ଦିନୀ ବିଶ୍ୱାଳ, ଯୋଶିତା ଝୁମାଲ, ଶୁଭଶ୍ରୀ ପଟ୍ଟନାୟକ, ପାୟଲ ପାଣି, କାଲୋଲ ଗାଙ୍ଗୁଲି(ପରିଚାଳକ ଓ ପ୍ରଶିକ୍ଷକ) ଏବଂ ସାହିଦ ହୁସେନ (ଅମ୍ପାୟାର) ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe