ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ରେ ରବିବାରଠାରୁ ଓଡ଼ିଶା ଟେନିସ୍ ପ୍ରିମିୟର୍ ଲିଗ୍ର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଛି। ରାଜ୍ୟର ୩୨ ଜଣ ପ୍ରମୁଖ ଖେଳାଳିଙ୍କୁ ନେଇ ଆୟୋଜିତ ଲିଗ୍ର ପ୍ରଥମ ଦିବସରେ ଶୀର୍ଷମାନ୍ୟତାପ୍ରାପ୍ତ ଚିନ୍ମୟ ପ୍ରଧାନଙ୍କ ନେତୃତ୍ୱାଧିନ ଖୋର୍ଧା ଓ୍ଵାରିୟର୍ସ ୩-୨ରେ କେନ୍ଦ୍ରାପଡ଼ାକୁ ପରାସ୍ତ କରିଛି। ହେନାମିକା କରିନା ସାହୁଙ୍କୁ ସାଥୀ କରି ଚିନ୍ମୟ ମଧ୍ୟ ମିଶ୍ରିତ ଯୁଗଳ ମୁକାବିଲା ଜିତିଥିଲେ। ଅନ୍ୟମୁକାବିଲାଗୁଡ଼ିକରେ ଭଦ୍ରକ ଭିକ୍ଟର୍ସ ୩-୨ରେ ପୁରୀ େଓ୍ଵଭର୍ସକୁ, କଟକ କନକ୍ୱେର୍ସ ୩-୨ରେ ସୁନ୍ଦରଗଡ଼ ବୀରାନ୍ସକୁ, ଅନୁଗୁଳ ଏସର୍ସ ସମାନ ୩-୨ ବ୍ୟବଧାନରେ ସମ୍ବଲପୁର ସୁଟର୍ସକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛନ୍ତି। ଓଡ଼ିଶା ଟେନିସ୍ ସଂଘ ସମ୍ପାଦକ ଆଇଏଏସ୍ ମଧୁସୂଦନ ପାଢ଼ୀ, ଏନଟିପିସି ନିର୍ଦେଶକ କୁଳମଣୀ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଅତିଥି ଭାବେ ଯୋଗ ଦେଇଥିଲେ।
ଓଡ଼ିଶା ଟେନିସ୍ ପ୍ରିମିୟର୍ ଲିଗ୍ ଆରମ୍ଭ
Advertisment
Follow Us