ନଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ୍‌, ଆଜି ମଧ୍ୟପ୍ରଦେଶକୁ ଭେଟିବ ଓଡ଼ିଶା

Advertisment
ନଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ୍‌, ଆଜି ମଧ୍ୟପ୍ରଦେଶକୁ ଭେଟିବ ଓଡ଼ିଶା

ଭୁବନେଶ୍ବର: ଆସନ୍ତାକାଲିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ବାଙ୍ଗାଲୋରରେ ଆୟୋଜିତ ହେବ ନଗେଶ ଟ୍ରଫି ଜାତୀୟ କ୍ରିକେଟ୍‌ ପ୍ରତିଯୋଗିତା। ଏଥିରେ ଅଂଶ ଗ୍ରହଣ ପାଇଁ ରବିବାର ୧୬ ଜଣିଆ (୧୪ ଖେଳାଳି ଓ ୨ ପ୍ରଶିକ୍ଷକ) ଓଡ଼ିଶା ଦୃଷ୍ଟିହୀନ ଦଳ ବେଙ୍ଗାଲୁରୁ‌େର ପହଞ୍ଚିଛି। ପ୍ରତିଯୋଗିତାରେ ମୋଟ ୨୪ ଦଳ ଭାଗ ନେଉଛନ୍ତି। ବାଙ୍ଗାଲୋରର ୬ ଭେନ୍ୟୁରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ଆସନ୍ତାକାଲି ପ୍ରଥମ ଦିନ ଓଡ଼ିଶା ଦଳ ମଧ୍ୟପ୍ରଦେଶକୁ ଭେଟି ଲିଗ୍‌ ପର୍ଯ୍ୟାୟ ଅଭିଯାନ ଆରମ୍ଭ କରିବ। ଓଡ଼ିଶା ଦଳକୁ ସନ୍ୟାସୀ କୁମାର ବେହେରା, ପ୍ରକାଶ କୁମାର ରଥ, ବିରଞ୍ଚି ନାରାୟଣ ସାହୁ, ଯୋଗେନ୍ଦ୍ର ଜାନି, ଅର୍ପିତା ମହାପାତ୍ର, ପ୍ରଜ୍ଞା ପାରମିତା ବେହେରା ଏବଂ ନୁରୁଦ୍ଦିନ୍‌ ଅମିନ ପ୍ରମୁଖ ଓଡ଼ିଶା କାଭି ଅଧିକାରୀମାନେ ଶୁଭକାମନା ଜଣାଇଛନ୍ତି।

ଦଳ: ମହମ୍ମଦ ଜାଫର ଇକ୍‌ବାଲ (ଅଧିନାୟକ), କାଳିଆ ପ୍ରଧାନ, ତପନ ଗୌଡ଼, ଦେବରାଜ ବେହେରା, ଅନିଲ ମଲ୍ଲିକ, ଲାଲ ପ୍ରସାଦ ସୋରେନ, ସିଂଙ୍ଗ୍‌ରାଇ ମାଝି, ନକୁଳ ବଡ଼ନାୟକ, ରଘୁରାମ ନାୟକ, ସୁକଦେବ ସୋରେନ (ୱିକେଟ୍‌ରକ୍ଷକ), ପଙ୍କଜ ଭୁଏ (ଉପଅଧିନାୟକ), ସୁଖରାମ ମାଝି, ଧନପତି ଗୌଡ଼ (ୱିକେଟ୍‌ରକ୍ଷକ), ଲିଙ୍ଗରାଜ ରାଉତରା, ଚନ୍ଦ୍ରଶେଖର ପଟ୍ଟନାୟକ (ପ୍ରଶିକ୍ଷକ), ଦେବାଶିଷ ଜେନା (ସହକାରୀ ପ୍ରଶିକ୍ଷକ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe